Advertisment

ଗଭୀର ଅବପାତ ଆଜି ନେଇପାରେ ବାତ୍ୟାର ରୂପ, ୨୫ ଯାଏଁ ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଆସନ୍ତାକାଲି ଦଶହରାରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ବେଳେ ବେଳେ ୬୫ କିମି ବେଗରେ ପବନ ହୋଇପାରେ।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

Cyclone

ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ। ସକ୍ରିୟ ଗଭୀର ଅବପାତଟି ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ବେଳେ ପାରାଦୀପ ଠାରୁ ୪୩୦ କିଲୋମିଟର ଦୂରରେ ଓ ଦୀଘାଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Advertisment

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗରେ ଆଜିଠୁୁ ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ଆଜି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏବଂ ୨୪ ଓ ୨୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଅର୍ଥାତ ଆସନ୍ତାକାଲି ଦଶହରାରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ବେଳେ ବେଳେ ୬୫ କିମି ବେଗରେ ପବନ ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  

ଆଜି ପାରାଦୀପରେ ଆକାଶ ମେଘାଚ୍ଛନ୍ନ ରହିଛି। ଭୋର ସମୟରେ ସାମାନ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ଅଧିକାଂଶ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଥିଲେ ବି ଆଉ କେତେକ ଫେରି ନାହାନ୍ତି। ଆଜି ସେମାନେ କୂଳକୁ ଫେରି ଆସିବେ ବୋଲି ମତ୍ସ୍ୟଜୀବୀ ସଂଘ ତରଫରୁ କୁହାଯାଉଛି।

Advertisment
Rain Alert Weather Report Cyclone Update Weather Weather Update