representational image
ବର୍ତ୍ତମାନର ଲଘୁଚାପ ଦୁର୍ବଳ ନ ହେଉଣୁ ୪୮ ଘଣ୍ଟା ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ୧୯ ତାରିଖରୁ ୨୨ ଯାଏ ସାରା ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେପଟେ ବର୍ତ୍ତମାନର ଲଘୁଚାପ ଓ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତା ୨୪ ଘଣ୍ଟା ଭିତରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
ଅନ୍ୟପଟେ ରାଜ୍ୟରେ ଏବେ ବି ନିଅଣ୍ଟିଆ ବର୍ଷା ଦେଖାଦେଇଛି। ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି। ଏହି ସମୟ ଭିତରେ ରାଜ୍ୟରେ ସ୍ୱାଭାବିକ ଭାବେ ୩୮୨.୮ ମିମି ବର୍ଷା ହେବା କଥା, କିନ୍ତୁ ବର୍ଷା ହୋଇଛି ୩୦୭. ୮ ମିମି । ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଅଧିକ ବର୍ଷା ହୋଇଥିବା ବେଳେ କଳାହାଣ୍ଡିରେ ସବୁଠୁ କମ୍ ବର୍ଷା ହୋଇଛି। ବିନିକାରେ ସବୁଠୁ ଅଧିକ ୧୬୫.୨ ମିଲିମିଟର ବର୍ଷା ହୋଇଛି।
ବର୍ଷା କମ୍ ହେବା ଯୋଗୁ ଚାଷ କାମ ପ୍ରଭାବିତ ହୋଇଛି। ଧାନ ବିହନକୁ ଚଳି ପକାଇ ସାରିଥିଲେ ହେଁ ବେଉଷଣ ପାଇଁ ଚାଷୀ ବଡ଼ ବର୍ଷାକୁ ଚାହିଁ ବସିଛି।
representational image/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689611679.jpg)