Advertisment

ଦିଲ୍ଲୀ ଅବସ୍ଥା ସାଙ୍ଘାତିକ! ୨୦୦ରୁ ଊର୍ଦ୍ଧ୍ୱ ବିମାନ ସେବା ବିଳମ୍ବ

ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ବା ବାୟୁ ଗୁଣବତ୍ତା ସୂଚକାଙ୍କ ନିମ୍ନସ୍ତରକୁ ଖସି ଆସିଛି।

author-image
Debibandita Barick
India Gate

India Gate

ଦିନକୁ ଦିନ ଖରାପ ହୋଇ ଚାଲିଛି ଦିଲ୍ଲୀ ବାୟୁ ଗୁଣବତ୍ତା। ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ି ବାୟୁମଣ୍ଡଳକୁ ଅସ୍ୱାସ୍ଥ୍ୟକର କରି ପକାଇଛି। ଗତକାଲି ଓ ଆଜି ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ବା ବାୟୁ ଗୁଣବତ୍ତା ସୂଚକାଙ୍କ ନିମ୍ନସ୍ତରକୁ ଖସି ଆସିଛି। ଆଜି ସାମାନ୍ୟ ସୁଧାର ଆସିଥିଲେ ବି କୁହୁଡ଼ି ଓ ପ୍ରଦୂଷଣରେ ରାସ୍ତାଘାଟ ଦେଖା ଯାଉନାହିଁ।

Advertisment

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ବିମାନଗୁଡ଼ିକ ବିଳମ୍ବ ହୋଇଛି। ଫଳରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ସେବା ପ୍ରଭାବିତ ହୋଇଛି। ପାଗକୁ ଦୃଷ୍ଟିରେ ରଖି ଉଡ଼ାଣ ସମୟ ପରିବର୍ତ୍ତନ କରା ଯାଇଥିବା ନେଇ ବିମାନ କମ୍ପାନୀ ପକ୍ଷରୁ ସୂଚନା ଦେଇଛନ୍ତି।  

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ରାଜଧାନୀର ଅନେକ ଅଞ୍ଚଳରେ ୪୫୦ରୁ ଅଧିକ AQI ରେକର୍ଡ ହୋଇଛି। ଆନନ୍ଦ ବିହାର, ଅଶୋକ ବିହାର, ବାୱନା ଦ୍ୱାରକା, ଜାହାଙ୍ଗିରପୁର, ମୁଣ୍ଡକ, ନଜାଫଗଡ଼, ଲାଜପତ ନଗର, ପାଟପରାଗଞ୍ଜ, ପଞ୍ଜାବ ବାଗ, ଆରକେ ପୁରାମ, ରୋହିଣୀ, ବିବେକ ବିହାର ଏବଂ ୱାଜିରପୁରରେ ସକାଳ 6 ଟାରେ ୪୫୦ରୁ ଅଧିକ AQI ରେକର୍ଡ କରାଯାଇଛି, ଯାହା ଖୁବ୍ ଗୁରୁତର। ଆନନ୍ଦ ବିହାରରରେ ସର୍ବାଧିକ ୪୭୩ AQI ରେକର୍ଡ କରାଯାଇଛି।

Advertisment

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଗାଡ଼ି-ମୋଟରରୁ ନିର୍ଗତ ଧୂଆଁ ସାଙ୍ଗକୁ ଆଖପାଖ ଅଞ୍ଚଳରେ ନଡ଼ା ଜାଳିବା, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଇତ୍ୟାଦି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଉଥିଲେ ବି ପାଗରେ ସୁଧାର ଆସି ପାରୁନାହିଁ। 

ଶୀତ ଦିନ ଆସିଯିବା ମାତ୍ରେ ରାଜଧାନୀ ବାସିନ୍ଦାଙ୍କୁ ବିଷାକ୍ତକର ପରିବେଶରେ ଜୀବନଯାପନ କରିବାକୁ ପଡ଼ୁଛି। ରିପୋର୍ଟ ଅନୁସାରେ, ଦିଲ୍ଲୀ ହେଉଛି ବିଶ୍ୱରୁ ସବୁଠାରୁ ପ୍ରଦୂଷିତ ସହର। ଯଦି ସ୍ଥିତିରେ ସୁଧାର ନ ଆସେ, ତେବେ ଆଗାମୀ ଦିନରେ ଦିଲ୍ଲୀ ପ୍ରଦୂଷଣ ଚରମରେ ପହଞ୍ଚିଯିବାର ଆଶଙ୍କା କରାଯାଉଛି। 

Delhi Delhi Air Pollution Delhi Smog