Advertisment

ଦିଲ୍ଲୀ ବର୍ଷାରେ ଗଲାଣି ୬ ଜଣଙ୍କ ଜୀବନ, ଆଗାମୀ ତିନି ଦିନ ଏପରି ରହିବ ପାଗ

ଅବିଶ୍ରାନ୍ତ ବର୍ଷାରେ ବେହାଲ ରାଜଧାନୀ ବାସିନ୍ଦା। ରାସ୍ତାଘାଟଠୁ ନେଇ ବିମାନବନ୍ଦର ସବୁଠି ଜଳବନ୍ଦୀ ପରିସ୍ଥିତି।

author-image
Debibandita Barick
ଅଦ୍ୟତନ ହୋଇଛି
Vehicles wade through a waterlogged road amid rains

Vehicles wade through a waterlogged road amid rains

୮୮ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ବେହାଲ ରାଜଧାନୀ ବାସିନ୍ଦା। ରାସ୍ତାଘାଟଠୁ ନେଇ ବିମାନବନ୍ଦର ସବୁଠି ଜଳବନ୍ଦୀ ପରିସ୍ଥିତି। ବର୍ଷା କାରଣରୁ ଏପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ମଧ୍ୟ ଗଲାଣି, ଏମାନଙ୍କ ମଧ୍ୟରେ ୨ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି।

Advertisment

ସୂଚନା ଅନୁସାରେ, ଉସମାନପୁର ଅଞ୍ଚଳର ବନ୍ୟା ପାଣିରେ ଭାସିଯାଇ ଜଣେ ୮ ଏବଂ ଅନ୍ୟ ଜଣେ ୧୦ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ଖେଳୁଥିବା ସମୟରେ ପାଣିରେ ଭାଲି ଯାଇଥିଲେ। ସେହିପରି ବସନ୍ତ ବିହାର ନିକଟରେ ଏକ ନିର୍ମାଣଧିନ ପାଚେରୀ ଭୁଶୁଡ଼ି ତିନି ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଛାତ ଭୁଶୁଡିବା ପରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ଏଥିସହ ଏକାଧିକ କାର୍ ଓ ବହୁ ମୂଲ୍ୟର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି।

Advertisment

ସେପଟେ ଦିଲ୍ଲୀ ପାଣିପାଗକୁ ନେଇ ଆଇଏମଡି ଦେଇଥିବା ସୂଚନା ଅନୁସାରେ, ଆଗାମୀ ତିନି ଦିନ ଏପରି ପରିସ୍ଥିତି ଲାଗି ରିହିବ। କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଜୁଲାଇ ୧ ପର୍ଯ୍ୟନ୍ତ ପାଗ ଉହିପରି ରହିବା ନେଇ ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ।

ପାଣିପାଗ ରିପୋର୍ଟ ମୁତାବକ, ଆଜି ଦିଲ୍ଲୀ-ଏନସିଆର ସମେତ, ଦ୍ୱାରକା, ପାଲମା, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରଗାଁ, ଫରିଦାବାଦ ଏବଂ ମନୀସାରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। 

ପ୍ରକାଶ ଥାଉକି, ଦିଲ୍ଲୀରେ ଚଳିତ ବର୍ଷ ଜୁନରେ ହୋଇଥିବା ବର୍ଷା ୮୮ ବର୍ଷର ରେକର୍ଡ ଭାଙ୍ଗିଛି। କେବଳ ଶୁକ୍ରବାର ୨୨୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗମନା ଗମନ ସମେତ ଦୈନନ୍ଦିନ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି। 

Weather News Rain In Delhi Delhi Rain IMD