Advertisment

ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁବାକୁ ନେଇ ଦ୍ୱନ୍ଦ୍ୱ, କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ସୂଚନା

ଦେଶ ଇତିହାସରେ ପ୍ରଥମଥର ପାଇଁ କୌଣସି ସ୍ଥାନର ତାପମାତ୍ରା ୫୨ ଡିଗ୍ରୀ ଅତିକ୍ରମ କରିଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା।

author-image
Hemant Lenka
Heat Wave

Heat Wave

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଦିନ ୨.୩୦ରେ ସ୍ଥାନୀୟ ପାଣିପାଗ ଷ୍ଟେସନ ସୂଚନା ଦେଇଥିଲା ଯେ ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨ ଡିଗ୍ରୀ ଅତିକ୍ରମ କରିଛି।

Advertisment

ଦେଶ ଇତିହାସରେ ପ୍ରଥମଥର ପାଇଁ କୌଣସି ସ୍ଥାନର ତାପମାତ୍ରା ୫୨ ଡିଗ୍ରୀ ଅତିକ୍ରମ କରିଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ତେବେ ହଠାତ୍‌ ତାପମାତ୍ରା ଏତେ ବୃଦ୍ଧି ପାଇବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି। ତାପମାତ୍ରା ମାପିବାରେ ତ୍ରୁଟି ଥିବା ଅଭିଯୋଗ ମଧ୍ୟ ହୋଇଛି।

କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ଏ ପ୍ରସଙ୍ଗରେ ବଡ଼ ସୂଚନା ଦେଇଛନ୍ତି। ସେ ନିଜ ଏକ୍ସରେ ପୋଷ୍ଟ କରି ଦିଲ୍ଲୀର ତାପମାତ୍ରା ଏତେ ମାତ୍ରାରେ ବଢ଼ିବା ଅସମ୍ଭବ ବୋଲି କହିଛନ୍ତି। ଏଥିସହ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମୁଙ୍ଗେଶପୁର ପାଣିପାଗ ଷ୍ଟେସନର ତଥ୍ୟକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଏହା ଅଫିସିଆଲ ତଥ୍ୟ ନୁଁ। ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁବା ସମ୍ଭବ ନୁହେଁ। ଆଇଏମଡିରେ ଥିବା ବରିଷ୍ଠ ଅଧିକାରୀଙ୍କୁ ନ୍ୟୁଜ ରିପୋର୍ଟର ଯାଞ୍ଚ ପାଇଁ କୁହାଯାଇଛି। ସଂସ୍ଥାର ତଥ୍ୟ ଖୁବଶୀଘ୍ର ସାର୍ବଜନୀନ କରାଯିବ।”

ବୁଧବାର ମଧ୍ୟାହ୍ନରେ ମୁଙ୍ଗେଶପୁରର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହା ଭାରତରେ ସର୍ବକାଳୀନ ରେକର୍ଡ କରିଥିଲା। ତେବେ ସେନସର କିଛି ତ୍ରୁଟି ଯୋଗୁ ତାପମାତ୍ରା ଅଧିକ ଦେଖାଯାଉଥିବା ମଧ୍ୟ ଆଇଏମଡି ଆଶଙ୍କା କରିଛି। ଏଥିପାଇଁ ଆଇଏମଡି ପକ୍ଷରୁ ତଥ ଓ ସେନସରକୁ ଯାଞ୍ଚ କରାଯାଉଛି।

ସ୍ଥାନୀୟ ଅଞ୍ଚଳର ଜଣେ ଅଧିକାରୀଙ୍କ କହିବା କଥା ଯେ ରାଜସ୍ଥାନରୁ ଆସୁଥିବା ତତଳା ପବନ ପ୍ରଥମେ ମୁଙ୍ଗେଶପୁରକୁ ସ୍ପର୍ଶ କରିଥାଏ। ରାଜସ୍ଥାନର କିଛି ସହରରେ ଏବେ ପାରଦ ୫୦ ଡିଗ୍ରୀ ଉପରେ ରହିଛି।

ତେଣୁ ମୁଙ୍ଗେଶପୁରରେ ମଧ୍ୟ ପାରଦ ସର୍ବକାଳୀନ ରେକର୍ଡ ଛୁଇଁବା ଅସମ୍ଭବ ନୁହେଁ। ତଥାପି ତଥ୍ୟର ଯାଞ୍ଚ କରାଯାଉଥିବା ଅଧିକାରୀ ଜଣଙ୍କ କହିଥିଲେ।

Heat Wave Delhi Heat Wave