Advertisment

ଉତ୍ତର ଭାରତରେ ପ୍ରବଳ କୁହୁଡି; ଏକାଧିକ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

୧୬୮ଟି ବିମାନ ଚଳାଚଳ ବିଳମ୍ବ ହୋଇଥିବା ବେଳେ ୮୪ଟି ବିମାନ ସମ୍ପୂର୍ଣ୍ଣ ରୂପେ ବାତିଲ୍ କରିଦିଆଯାଇଛି।

author-image
Debibandita Barick
Delhi Road

Delhi Road

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଂଶରେ ପ୍ରବଳ ଘନ କୁହୁଡ଼ି। ଦିନ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦେଖାନଯିବାରୁ ଏକାଧିକ ଟ୍ରେନ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘନ କୁହୁଡି ନେଇ ଭାରତୀୟ ପାଣିପାଗ ବିଭାବ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି।

Advertisment

ଏଥିପାଇଁ ପରବର୍ତ୍ତୀ ବିମାନ ଉଡାଣ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବା ପାଇଁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ସେପଟେ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ଗୋଟିଏ ସପ୍ତାହ ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି। ଘନ କୁହୁଡିକୁ ଦୃଷ୍ଟିରେ ରଖି ସ୍କୁଲ୍ ପରିଚାଳନା ସମୟକୁ ସୀମିତ ରଖାଯାଇଛି।

ରିପୋର୍ଟ ଅନୁସାରେ, ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ୧୬୮ ବିମାନ ବିଳମ୍ବ ହୋଇଛି। ଏଥିସହ ୮୪ଟି ବିମାନ ସମ୍ପୂର୍ଣ୍ଣ ରୂପେ ବାତିଲ୍ କରିଦିଆଯାଇଛି। ଇଣ୍ଡିଗୋ, ସ୍ପାଇସଜେଟ ଏବଂ ଭିସ୍ତାରା ଭଳି ପ୍ରମୁଖ ବିମାନ ସେବା ଏନେଇ ସେମାନଙ୍କ ୱେବସାଇଟ୍ ପକ୍ଷରୁ ଯାତ୍ରୀଙ୍କୁ ସଚେତନ କରାଇଛନ୍ତି। ପରବର୍ତ୍ତୀ ବିମାନ ଚଳାଚଳ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବାରୁ ପରାମର୍ଶ ଦିଆଯାଇଛି।

Advertisment

ସେପଟେ କୁହୁଡି କାରଣରୁ ୧୮ଟି ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। IMD ଆକଳନ ଅନୁସାରେ, ସମଗ୍ର ଉତ୍ତର ଭାରତରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏହିପରି ପାଗ ରହିବ।

Delhi Fog Delhi Weather Delhi Temperature Flights Delayed