Advertisment

ଶୀତ ଟିକେ କମିଛି, କୁହୁଡ଼ି ବଢ଼ିଛି

ଗତକାଲି ରାତିରେ ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିଲା।

author-image
Jitendra Garnayak
Fog

Fog

ରାଜ୍ୟରେ ଶୀତ ଟିକେ କମିଛି। ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପ୍ରାୟ ସପ୍ତାହେ ଧରି ୧୦ ବା ତା’ଠାରୁ ଅଧିକ ସ୍ଥାନ (ସର୍ବାଧିକ ୧୬ଟି ସ୍ଥାନ)ର ତାପମାତ୍ରା ୧୦ ବା ୧୦ ଡିଗ୍ରୀ ତଳକୁ ରହିଥିବା ବେଳେ ଗତକାଲି ରାତିରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତକାଲି ରାତିରେ ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିଲା।

Advertisment

ଗତକାଲି ରାତିରେ ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା କୋରାପୁଟ। ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୭, ଜି. ଉଦୟଗିରିରେ ୭.୪, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫ ଓ ସିମିଳିଗୁଡ଼ା ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ତିନି ଦିନ ତଳେ ଏହି ଦୁଇ ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ପାଖାପାଖିକୁ ଚାଲିଯାଇଥିବା ବେଳେ ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬ ଡିଗ୍ରୀ ରହିଥିଲା।

Advertisment

ଗତକାଲି ରାତିରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୧୧, ବରଗଡ଼ରେ ୧୩.୮, ସମ୍ବଲପୁରରେ ୧୩.୪, ଦେବଗଡ଼ରେ ୧୧.୫, ତାଳଚେରରେ ୧୨.୬, ଅନୁଗୋଳରେ ୧୧, ସୋନପୁରରେ ୧୦.୧, ବଲାଙ୍ଗିରରେ ୧୦.୫, ନୂଆପଡ଼ାରେ ୧୩.୨, ଭବାନୀପାଟଣାରେ ୧୦.୫, ଟିଟିଲାଗଡ଼ ୧୧.୮, ନବରଙ୍ଗପୁରରେ ୧୦.୮, ରାୟଗଡ଼ାରେ ୧୪.୬, ମାଲକାନଗିରିରେ ୧୪.୧, ନୟାଗଡ଼ରେ ୧୫, ଢେଙ୍କାନାଳରେ ୧୨, ଯାଜପୁରରେ ୧୫.୮, ଭଦ୍ରକରେ ୧୫.୫, ରାଣୀତାଲରେ ୧୩, ବାଲେଶ୍ୱରରେ ୧୬.୩, କେନ୍ଦ୍ରାପଡ଼ାରେ ୧୪.୨, ଜଗତସିଂହପୁରରେ ୧୪.୬, ପୁରୀରେ ୧୭.୫, ଖୋର୍ଦ୍ଧାରେ ୧୪, ଛତ୍ରପୁରରେ ୧୩.୬, ଗୋପାଳପୁରରେ ୧୬.୭ ଓ ପାରଳାଖେମୁଣ୍ଡିରେ ୧୫.୨ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ଶୀତ କମିଥିବା ବେଳେ କୁହୁଡ଼ି ବଢ଼ିଯାଇଛି। ଆଜି ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ପଡ଼ିଥିବା ବେଳେ ରାଉରକେଲାରେ ଅତି ଘନ କୁହୁଡି, କୋରାପୁଟ, ନୟାଗଡ଼, ଫୁଲବାଣୀ, ବଲାଙ୍ଗିର, ଟିଟିଲାଗଡ଼ରେ ଘନ କୁହୁଡ଼ି ଏବଂ ଭବାନୀପାଟଣା, ସୁନ୍ଦରଗଡ଼, ସୋନପୁର ଓ କେନ୍ଦୁଝରରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ରାଉରକେଲାରେ ୪୦ ମିଟର ପରେ ଆଉ କିଛି ଦେଖାଯାଉ ନଥିଲା। ସେହିପରି କୋରାପୁଟରେ ୫୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନଥିବା ବେଳେ ନୟାଗଡ଼ରେ ୬୦, ଫୁଲବାଣୀରେ ୭୦, ବଲାଙ୍ଗିରରେ ୯୦, ଟିଟିଲାଗଡ଼ରେ ୧୦୦ ଓ ଭବାନୀପାଟଣାରେ ୨୦୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନଥିଲା।

Winter Fog Weather Weather Conditions Weather Update