Advertisment

ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି!

ସେ କହିଛନ୍ତି, ଗତ ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆସନ୍ତାକାଲି ଯାଏଁ ରହିବ। ୨୩ ତାରିଖ ସକାଳେ ପ୍ରବଳ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ଜାରି କରିବ।

ଅଦ୍ୟତନ ହୋଇଛି
Fog In Odisha

Fog In Odisha

Advertisment

ଥଣ୍ଡାରେ ଥରୁଥିଲା ସାରା ଓଡ଼ିଶା। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏବେ ସେଥିରୁ ମିଳିବ ସାମାନ୍ୟ ଆସ୍ୱସ୍ତି। କାରଣ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ପରଠାରୁ କମିବ ଶୀତ, ବଢିବ କୁହୁଡ଼ି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ।

Advertisment

ସେ କହିଛନ୍ତି, ଗତ ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆସନ୍ତାକାଲି ଯାଏଁ ରହିବ। ୨୩ ତାରିଖ ସକାଳେ ପ୍ରବଳ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ଜାରି କରିବ। ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିବା ନେଇ ଚେତାବନୀ ଦିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।

Advertisment

ସେପଟେ ଗତ ୨୪ ଘଣ୍ଟାରେ ପାହାଡିଆ ଅଞ୍ଚଳ ଭାବେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପ୍ରାୟ ୧୬ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱର ଓ କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଛୁଇଁଛି। ଆସନ୍ତାକାଲି ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Daense Fog Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe