Advertisment

ବାତ୍ୟା ପୂର୍ବରୁ ସତର୍କତା; ଦୁଇ ଦିନ ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁ ଦର୍ଶନ ବନ୍ଦ

ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି ।

Puri Temple

Puri Temple

Advertisment

ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି ।

Advertisment

ଆନନ୍ଦ ବଜାରରେ ଥିବା ଅସ୍ଥାୟୀ ଟିଣ ବାହାର କରିଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ସିଂହଦ୍ୱାର ସମ୍ମୁଖ LED ସ୍କ୍ରିନ ଅପସାରଣ କରାଯାଇଛି।

କୋଇଲି ବୈକୁଣ୍ଠ ପରିସର ଗୃହରେ ଟିଣ ସିଟ୍ ଛାତ ଉପରେ ଦିଆଯାଇଛି ବାଲି ବସ୍ତା। ସାତପାହାଚ ନିକଟରେ ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା ବାରିକେଡ୍ ଉପର ଛାତ କଢ଼ାଯାଇଛି। ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ ମଧ୍ୟ କଢ଼ାଯାଇଛି। ଏଥିସହ ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେପଟେ ହବିଷ୍ୟାଳି କେନ୍ଦ୍ରରେ ବି ବାତ୍ୟା ମୁକାବିଲା ନେଇ ହୋଇଛି ପ୍ରସ୍ତୁତି। ହବିଷ୍ୟାଳି କେନ୍ଦ୍ରରେ ଯଦି ବିଦ୍ୟୁତ ସେବା ବିଚ୍ଛିନ୍ନ ହୁଏ, ତେବେ ଡିଜି ସେଟ୍ ରଖାଯାଇଛି। ଆବଶ୍ୟକ ଅନୁଯାୟୀ ଖାଦ୍ୟ ମହଜୁଦ ରଖାଯାଇଛି ।

Puri Shreemandir Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe