Advertisment

ବର୍ଷାରେ ଉବୁଟୁବୁ ମୁମ୍ବାଇ, ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବିମାନ ବନ୍ଦରଠୁ ନେଇ ରେଳ ଷ୍ଟେସନ ଓ ରାଜପଥ ସବୁ ଆଡ଼େ ପାଣି ହିଁ ପାଣି।

ଅଦ୍ୟତନ ହୋଇଛି
Eknath Shinde

Eknath Shinde

Advertisment

ବାଣିଜ୍ୟ ନଗରୀ ମୁମ୍ବାଇକୁ ଅସ୍ତବ୍ୟସ୍ତ କରୁଛି ଲଗାଣ ବର୍ଷା। ୨୪ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି। ବିମାନ ବନ୍ଦରଠୁ ନେଇ ରେଳ ଷ୍ଟେସନ ଓ ରାଜପଥ ସବୁ ଆଡ଼େ ପାଣି ହିଁ ପାଣି।

Advertisment

ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ଜନତାଙ୍କୁ ଘରୁ ନ ବାହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ ଅପିଲ୍ କରିଛନ୍ତି। ଏଥିସହ କାହାରିକୁ ସମୁଦ୍ର କୂଳକୁ ଯିବାକୁ ନ ଦେବା ପାଇଁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ସୋମବାର ରାତି ଗୋଟାଏରୁ ସକାଳ ୭ଟା ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ଅନେକ ଅଞ୍ଚଳରେ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବିମାନ ବନ୍ଦର, ରେଳ ଷ୍ଟେସନ ଏବଂ ରାଜପଥରେ ପାଣି ଜମି ରହିଛି। ପମ୍ପ୍ ଯୋଗେ ଜଳ ନିଷ୍କାସନ କରାଯିବା ସହ NDRF ଟିମ୍ ନିୟୋଜିତ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲିଟି ନିଗମର ୪୬୧ ମୋଟର ପମ୍ପ ଏବଂ ରେଳବାଇର ୨୦୦ ପମ୍ପ ନିୟୋଜିତ ଅଛି।ମୁଁ ସକାଳଠାରୁ ସବୁ ବିଭାଗ ସହ ଯୋଗାଯୋଗରେ ଅଛି। କେନ୍ଦ୍ରୀୟ ଏବଂ ହାରବର୍ ରେଳ ଲାଇନ ସେବା ଆରମ୍ଭ ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

ଏହା ବ୍ୟତୀତ ସହରରେ ସାତୋଟି ପମ୍ପିଂ ଷ୍ଟେସନ୍ ମଧ୍ୟ ନିର୍ମାଣ କରାଯାଉଛି। ସେନା, ନୌସେନା ଏବଂ ବାୟୁସେନାକୁ ସତର୍କ ରହିବାକୁ କୁହାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଭିକ୍ରୋଲିର ଭୀର ସାବରକର ମାର୍ଗ ମ୍ୟୁନିସିପାଲ ସ୍କୁଲ ଏବଂ MCMCR ପୋୱାଇ ଅଞ୍ଚଳରେ ସର୍ବାଧିକ ୩୧୫ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୁମ୍ବାଇ, ଥାନେ, ପାଲଘର ଏବଂ କୋଙ୍କଣ ବେଲ୍ଟ ସମେତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (IMD)। 

Eknath Shinde Mumbai Rains Mumbai Waterlogging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe