Advertisment

ରାଜ୍ୟରେ କମିଛି ଶୀତର କୋପ, ୧୦ ଡିଗ୍ରୀ ତଳେ ୩ ସହର

୨ ଦିନ ପୂର୍ବେ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଏବେ ଏହି ସଂଖ୍ୟା ହ୍ରାସ ପାଇଛି।

author-image
Niharika Rout
Winter

Winter

ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ୨ ଦିନ ପୂର୍ବେ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଏବେ ଏହି ସଂଖ୍ୟା ହ୍ରାସ ପାଇଛି। ଗତ ରାତିରେ ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି।

Advertisment

୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଦାରିଙ୍ଗବାଡ଼ି ତାପମାତ୍ରର ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାର ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହାବାଦ ଫୁଲବାଣୀ ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ୨ ଦିନ ପୂର୍ବେ କଟକ ଓ ଭୁବନେଶ୍ୱର ତାପମାତ୍ର ୧୬ ଡିଗ୍ରୀ ଥିବା ବେଳେ ଏବେ ସେଥିରେ ବୃଦ୍ଧି ଘଟିଛି। ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଏହାବାଦ ସୁନ୍ଦରଗଡ଼ ତାପମାତ୍ର ୧୧ ଡିଗ୍ରୀ ଥିବା ବେଳେ ରାଉରକେଲାରେ ୧୩.୮, କେନ୍ଦୁଝରରେ ୧୨.୨, ଭଦ୍ରକରେ ୧୭.୨, ଯାଜପୁରରେ ୧୭.୫, କେନ୍ଦ୍ରାପଡ଼ାରେ ୧୪.୮, ଜଗତସିଂହପୁର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ପୁରୀର ତାପମାତ୍ରା ୧୯.୨ ଡିଗ୍ରୀ ଥିବା ବେଳେ ନୟାଗଡ଼ରେ ତାପମାତ୍ରା ୧୫.୨, ଖୋର୍ଦ୍ଧାରେ ୧୭.୫, ବୌଦ୍ଧରେ ୧୧, ଦେବଗଡ଼ରେ ୧୨.୫, ବାଲେଶ୍ୱରରେ ୧୭.୩, ବାରିପଦାରେ ୧୪.୫, ନବରଙ୍ଗପୁରରେ ୧୧.୬, ରାୟଗଡ଼ାରେ, ୧୫.୮, ଦାରିଙ୍ଗବାଡ଼ିରେ ୮.୫, ମାଲକାନଗିରିରେ ୧୫.୪, ଅନୁଗୁଳରେ ୧୧. ଡିଗ୍ରୀ, ନୂଆପଡ଼ାରେ ୧୩ ଡିଗ୍ରୀ ରେକର୍ଡ କରାଯାଇଛି।

Cold Wave