Road
ଧନ ଲୋ’ ଟିକେ ଧୀରେ... ବର୍ଷା ସମୟରେ ଦ୍ରୁତ ବେଗରେ ଗାଡ଼ି ଚଲାଉଥିବା କେତେକ ଅମାନିଆଙ୍କ ପାଇଁ ଏପରି ସତର୍କ ସୂଚନା ଜାରି କରିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)। ବର୍ଷା ସମୟରେ ଧୀରେ ଗାଡ଼ି ଚଲାଇବା ପାଇଁ ପରାମର୍ଶ ଦେଇଛି ଏସ୍ଟିଏ।
ଟ୍ୱିଟ୍ କରି ଏସ୍ଟିଏ ଲେଖିଛି- ଧନ ଲୋ’ ଟିକେ ଧୀରେ! ବର୍ଷା ଦିନରେ ସତର୍କତାର ସହିତ ଗାଡି ଚଳେଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ବର୍ଷା ଦିନରେ ଅନିଶୟ ବେଗରେ ଗାଡ଼ି ଚଲାଇଲେ ଦୁର୍ଘଟଣା ସମ୍ଭାବନା ଅଧିକ ବୋଲି ଟ୍ୱିଟ୍ରେ ଲେଖାଯାଇଛି।
ବର୍ଷା ଲାଗି ରହିଥିବାରୁ ଲୋକମାନେ ନିଜ ଗସ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ତର ତର ହୋଇଥାଆନ୍ତି। ସେଥିପାଇଁ ଟ୍ରାଫିକ୍ ନିୟମଙ୍କୁ ଭାଙ୍ଗି ଥାଆନ୍ତି। ଶୀଘ୍ର ଘରେ ପହଞ୍ଚିବା ପାଇଁ ଦ୍ରୁତ ଗତିରେ ଗାଡ଼ି ଚଲାଇ ନିଜେ ଦୁର୍ଘଟଣାରେ ସମ୍ମୁଖୀନ ହେବା ସହିତ ଅନ୍ୟକୁ ମୃତ୍ୟୁ ମୁଖରେ ପକାଇଥାଆନ୍ତି। ତେଣୁ ବର୍ଷା ସମୟରେ ସତର୍କତାମୂଳକ ଭାବେ ଧୀରେ ଗାଡ଼ି ଚଳାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି।
ସୂଚନାରୁ ପ୍ରକାଶ, ରାଜ୍ୟରେ ବିତ୍ପାତ କରୁଛି ମୌସୁମୀ ବର୍ଷା। ଯେଉଁଥିପାଇଁ ସମଗ୍ର ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଖରାପ ହୋଇଛି। ଖାଲଖମା ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଲାଇଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ସେଥିପାଇଁ ଏସ୍ଟିଏ ଏପରି ସତର୍କ ସୂଚନା ଜାରି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Road_1690981328.jpg)