Advertisment

ବାତ୍ୟା ପରେ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରନ୍ତି ୧୬ ଜିଲ୍ଲା

ଓଡ଼ିଶା ଉପକୂଳ ପାଖାପାଖି ହୋଇସାରିଲାଣି ଭୀଷଣ ବାତ୍ୟା 'ଦାନା'। ସଦ୍ୟ ସୂଚନା ଅନୁଯାୟୀ ଏହା ଏବେ ପାରାଦ୍ୱୀପ ଠାରୁ ୧୦୦ କିଲୋମିଟର ଏବଂ ଧାମରା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି।

Waves

Waves

Advertisment

ଭୀଷଣ ବାତ୍ୟା ‘ଦାନା’ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ସ୍ଥଳଭାଗ ଛୁଇଁବା ପରେ ଆହୁରି ବର୍ଷା ହେବ। କେଉଁଠି ପ୍ରବଳ ତ ଆଉ କେଉଁଠି ପ୍ରବଳରୁ ପ୍ରବଳତର ବର୍ଷା ହେବ। କିଛି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବ। ଆଉ ଏହି ବର୍ଷା ଯୋଗୁ ୧୬ଟି ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ,ନୟାଗଡ଼ ଓ ପୁରୀ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଓଡ଼ିଶା ଉପକୂଳ ପାଖାପାଖି ହୋଇସାରିଲାଣି ଭୀଷଣ ବାତ୍ୟା 'ଦାନା'। ସଦ୍ୟ ସୂଚନା ଅନୁଯାୟୀ ଏହା ଏବେ ପାରାଦ୍ୱୀପ ଠାରୁ ୧୦୦ କିଲୋମିଟର ଏବଂ ଧାମରା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଏହା ଆଗକୁ ବଢୁଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗଉଥିବା ବେଳେ, ଆଉ ପ୍ରାୟ ୩ ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଜି ମଧ୍ୟରାତ୍ରରୁ ଆସନ୍ତାକାଲି ସକାଳ ମଧ୍ୟରେ ଏହା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପବନ ବଢୁଛି। ଏବେ ୩ ଜିଲ୍ଲାର ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୬୦ରୁ ୮୦
କିମି ବେଗରେ ପବନ ହେଉଛି। ପବନ ବଢ଼ିବା ସହ ଜୁଆର ବଢ଼ିଛି ଏବଂ ବର୍ଷା ମଧ୍ୟ ହେଉଛି। ବାତ୍ୟା ଦାନା  ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ରୁ ୧୨୦କିମି ରହିବ।

Advertisment
Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe