Advertisment

ଆସାମ-ଅରୁଣାଚଳରେ ବନ୍ୟା ପରିସ୍ଥିତି, ଏକାଧିକ ସ୍ଥାନରେ ଭୂସ୍ଖଳନ

ଆଜିଠାରୁ ଜୁଲାଇ ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
People are crossing the boat(File Photo)

People are crossing the boat(File Photo)

Advertisment

ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ପ୍ରାୟ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେଲେଣି। ଏଥିସହ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

Advertisment

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ କରିଛି ଯେ, ରାଜ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଏଥିରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାରରେ ପହଞ୍ଚିଛି।

ସେପଟେ ଅରୁଣାଚଳ ପ୍ରଦେଶରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ଇଟାନଗରରେ ଆଜିଠାରୁ ଜୁଲାଇ ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି। 

Advertisment

ଆସାମରେ, ଲକ୍ଷ୍ମୀପୁରରେ ୧.୪୩ ଲକ୍ଷରୁ ଅଧିକ ଲୋକ ଏବଂ ଅରୁଣାଚଳ ସୀମାବର୍ତ୍ତୀ ଦୁଇଟି ଜିଲ୍ଲାରେ ୧.୦୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମର ବିଭିନ୍ନ ଜିଲ୍ଲାର ବନ୍ୟା ଆଶ୍ରୟସ୍ଥଳୀରେ ୮,୦୦୦ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ତିନସୁକିଆ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଫଳରେ ଚଳିତ ବର୍ଷା ବର୍ଷା କାରଣରୁ ରାଜ୍ୟରେ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚିଛି। 

ସେପଟେ ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ରେର୍ଡ ଆଲର୍ଟ ଜାରି କରିଛି ଭାରତ ପାଣିପାଗ ବିଭାବ(IMD)। ଜୁଲାଇ ୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Weather Arunachal Pradesh Assam Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe