Advertisment

ବନ୍ୟା ଜଳରେ ବୁଡ଼ିଲା ମା’ ଭଟ୍ଟାରିକା ମନ୍ଦିର

ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି।

Temple

Temple

Advertisment

ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କୁ ଅସ୍ଥାୟୀ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

Advertisment

ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ଗତକାଲି ସନ୍ଧ୍ୟାରେ ମନ୍ଦିର ବେଢାରେ ପାଣି ପଶିଥିବା ବେଳେ ରାତି ଅଧରେ ମନ୍ଦିରରେ ଏକ ଫୁଟର ବନ୍ୟାଜଳ ପଶିଥିଲା।

ପ୍ରତିଥର ପରି ଏଥର ମଧ୍ୟ ବନ୍ୟା ଜଳ ପଶିବାରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ମା’ଙ୍କର ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମାଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ସକାଳୁ ପୂଜା ନୀତି କାନ୍ତି ଠିକ୍‌ ଭାବେ ଚାଲିଥିବା ବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।

Advertisment

ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରରେ ଲାଗିଥିବା ସମସ୍ତ କବାଟ ଖୋଲିଦିଆଯାଇଛି। ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବନ୍ୟା ଜଳ ପ୍ରବେଶ କରିବା ସତ୍ତ୍ୱେ ଚଳିତ ଥର ଏପର୍ଯ୍ୟନ୍ତ ଭଟ୍ଟାରିକା ମନ୍ଦିର ନିକଟରେ ୧୪୪ ଧାରା ଲାଗୁ ହୋଇ ନ ଥିବା ଦେବୋତ୍ତର ବିଭାଗ ମୋହରି ମେଘନାଦ ସ୍ୱାଇଁ କହିଛନ୍ତି। ମନ୍ଦିରରେ ପାଣି ପଶିଯିବାରୁ ପାହାଡ଼ ଉପରକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମା’ଙ୍କ ପୂଜାପୂଜି, ନୀତିକାନ୍ତିରେ କୌଣସି ଅସୁବିଧା ହୋଇ ନ ଥିବା ଜଣାଯାଇଛି।

Flood Situation Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe