Advertisment

ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ ମହାନଦୀରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ମଧ୍ୟାହ୍ନରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ପାହାଚ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ।

author-image
Manoranjan Sial
ଅଦ୍ୟତନ ହୋଇଛି
Maa Bhattarika

Maa Bhattarika

ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ। ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପଶିଲା ପାଣି। ତେଣୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। 

Advertisment

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ ମହାନଦୀରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ମଧ୍ୟାହ୍ନରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ପାହାଚ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ଧୀରେ ଧୀରେ ଜଳସ୍ତର ବଢ଼ିଥିଲା। ସନ୍ଧ୍ୟା ବେଳେ ବନ୍ୟା ଜଳ ମନ୍ଦିର ଭିତରେ ପ୍ରବେଶ କରିଥିଲା।

ବନ୍ୟାଜଳ ଗମ୍ଭୀରା ଭିତରେ ପ୍ରବେଶ କରିବା ପରେ ମାଆଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ମାଆଙ୍କ ଆସବାବପତ୍ର ସ୍ଥାନାନ୍ତର କରାଯାଇଥିଲା।ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ମାଆ ସ୍ଥାନାନ୍ତର ହେବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏଥିପାଇଁ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି।  

Advertisment

ରିପୋର୍ଟ-ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ

Weather Report Flood In Odisha Flood Situation