Advertisment

ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ଆଜିଠୁ ପାଗର ପରିବର୍ତ୍ତନ ହେବ। ରାଜ୍ୟରେ ତାତି ବଢ଼ିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fog

Fog

ରାଜଧାନୀରେ ଘନ କୁହୁଡ଼ି। ଆଜି ବଡ଼ି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।

Advertisment

ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି।

ସୂଚନାଯୋଗ୍ୟ, ଗତ ୨ରୁ ୩ ଦିନ ହେଲା ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଥିଲା। ଆଜିଠୁ ପାଗର ପରିବର୍ତ୍ତନ ହେବ। ରାଜ୍ୟରେ ତାତି ବଢ଼ିବ । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ। ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଗତକାଲି ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ବା ଏହା ତଳେ ରହିଥିଲା। 

Weather Report Weather