Advertisment

ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ପୁରୀରେ ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Smog

Smog

Advertisment

ରାଜଧାନୀରେ ଘନ କୁହୁଡ଼ି। ଆଜି ବଡ଼ି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା  ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।

Advertisment

ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି। ଦୀପାବଳିରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ବଢ଼ିଛି। ଏଥିପାଇଁ ଏପରି କୁହୁଡ଼ି ହୋଇଥିବା ସନ୍ଦେହ କରାଯାଉଛି। 

ସେହିପରି ପୁରୀରେ ମଧ୍ୟ ଘନ ଘନ କୁହୁଡି ଦେଖିବାକୁ ମିଳିଛି। ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ଶ୍ରୀମନ୍ଦିର। ଶୀତର ମାତ୍ରା ବଢିନଥିବା ବେଳେ  ଆଜି ସକାଳୁ କୁହୁଡି ଦେଖିବାକୁ ମିଳିଛି।

Advertisment
Weather Report Smog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe