Advertisment

୫ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ, ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ରହିଥିବା ବେଳେ କଟକ ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି।

Fire

Fire

Advertisment

ରାଜ୍ୟର ୫ଟି ସହରର ଗତକାଲିର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୭.୪ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଛି।

Advertisment

କୋରାପୁଟରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯.୫ ଓ ସିମିଳିଗୁଡ଼ାରେ ୯.୯ ରେକର୍ଡ କରାଯାଇଛି।

ନବରଙ୍ଗପୁରରେ ତାପମାତ୍ରା ୧୧.୫ ରେକର୍ଡ କରାଯାଇଥିବା ବେଳେ କିରେଇରେ ୧୧.୭, ଅନୁଗୋଳରେ ୧୨, ରାଣୀତାଳରେ ୧୨.୬, ତାଳଚେରରେ ୧୪.୨, ସୋନପୁରରେ ୧୩.୫, ସମ୍ବଲପୁରରେ ୧୫.୩, ଦେବଗଡ଼ରେ ୧୫, ରାୟଗଡ଼ାରେ ୧୪.୬, ଢେଙ୍କାନାଳରେ ୧୪.୩, ବଲାଙ୍ଗିରରେ ୧୩.୨, ନୂଆପଡ଼ାରେ ୧୩, ଭବାନୀପାଟଣାରେ ୧୨, କେନ୍ଦ୍ରାପଡ଼ାରେ ୧୪, ଜଗତସିଂହପୁରରେ ୧୪.୨ ଓ ବାରିପଦାରେ ୧୫ ଡିଗ୍ରୀ ରେକର୍ଡ କରାଯାଇଛି। 

Advertisment

ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ରହିଥିବା ବେଳେ କଟକ ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି।

Weather Conditions Weather Report Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe