Advertisment

ତ୍ରାହି ନାହିଁ; ପଶ୍ଚିମରେ ତାତିବ, ଉପକୂଳରେ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି

ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଜୁନ୍ ୪ ପର୍ଯ୍ୟନ୍ତ ହିଟ୍‌ୱେଭ୍ ସ୍ଥିତି ଜାରି ରହିବ।

author-image
Jitendra Garnayak
Manorama Mohanty

Manorama Mohanty

ପଶ୍ଚିମ ଓଡ଼ିଶାରେ ହିଟ୍‌ ୱେଭ୍ ଜାରି ରହିବ। ଆଉ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ପାଞ୍ଚ ଦିନ ପ୍ରଚଣ୍ଡ ଗୁଳୁଗୁଳି ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।

Advertisment

ସେ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରଯାଇଛି। ୧୨ ଟି ସହରରେ ୪୧ ଡିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଧୀରେ ଧୀରେ ଦିନ ତାପମାତ୍ରା ହ୍ରାସ ପାଇଛି। କିନ୍ତୁ ବେଶୀ ହ୍ରାସ ପାଇନାହିଁ। ହିଟ୍‌ୱେଭ୍ ଜାରି ରହିବ। ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଜୁନ୍ ୨ (ଆଜି), ୩ ଓ ୪ ତାରିଖରେ ହିଟ୍‌ ୱେଭ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ତାପମାତ୍ରାରେ ୧ ବା ୨ ଡିଗ୍ରୀ ହ୍ରାସ ହୋଇପାରେ। ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ବା ତା’ ଉପରେ ତାପମାତ୍ରା ରହିବାର ସମ୍ଭାବନା ରହିଛି।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାତି ଓ ଗୁଳୁଗୁଳି ସ୍ଥିତି ରହିବ। ଆଜି କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବ ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ। ମଙ୍ଗଳବାର (ଜୁନ୍ ୪) ବେଳକୁ ବର୍ଷାର ମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, ମାଲକାନଗିରି, ଅନୁଗୋଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ନୂଆପଡ଼ାରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

Advertisment

ମନୋରମା ମହାନ୍ତି କହିଛନ୍ତି, ଗ୍ରୀଷ୍ମ ପ୍ରବାହ ନେଇ ୩ ଦିନ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ବଲାଙ୍ଗିର ଓ ବରଗଡ଼ ପାଇଁ ଅରେଞ୍ଚ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ କଳାହାଣ୍ଡି, ନୂଆପଡ଼ା ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି, ଆସନ୍ତାକାଲି (ସୋମବାର) ଓ ମଙ୍ଗଳବାର ପାଇଁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ଦିନ ପାଇଁ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ହେବ। ଆଜି ଓ କାଲି ତାମପାତ୍ର ୧ ବା ୨ ଡିଗ୍ରୀ କମିପାରେ। କିନ୍ତୁ ୪ ତାରିଖ ଅର୍ଥାତ୍ ତାପମାତ୍ରା ୧ ବା ୨ ଡିଗ୍ରୀ ବଢ଼ିପାରେ।

Heat Wave Heat Wave In Odisha