Advertisment

ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ; ଶୁକ୍ର ଓ ଶନିବାର ଅସମ୍ଭାଳ କରିବ!

ଶନିବାର ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ରହିଛି। ଅସ୍ତବ୍ୟସ୍ତ ହୋଇଯିବ ଜୀବନ ଯାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦା ଓ ବୌଦ୍ଧର ତାତି ୪୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୪୩ ଡିଗ୍ରୀ ହୋଇପାରେ।

author-image
Manoranjan Sial
undefined

Heat Wave

ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାର ଜାରି ରହିଛି। ଯେଉଁଥିପାଇଁ ପୂରା ରାଜ୍ୟ ଆଉଟୁପାଉଟୁ ହେଉଛି। ତେବେ ଆଗାମୀ ଶୁକ୍ରବାର ଓ ଶନିବାର ସ୍ଥିତି ଆହୁରି ଭୟଙ୍କର ହେବ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭୟଙ୍କର ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଯେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ତାପମାତ୍ର ୪୪ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୁଧବାର ଓ ଗୁରୁବାର ନୂଆପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ (ଉଷ୍ମ-ଆଦ୍ରତା) ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେହିଦିନ ଅର୍ଥାତ ଶୁକ୍ରବାର ବାରିପଦା, ଅନୁଗୋଳ, ବୌଦ୍ଧ, ନୂଆପଡ଼ା, ଭବାନୀପାଟଣା, ସୋନପୁର ଜିଲ୍ଲାର ତାତି ୪୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ବାଲେଶ୍ୱର, ଯାଜପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, ପାରଳାଖେମୁଣ୍ଡି, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ଟିଟିଲାଗଡ଼, ସମ୍ୱଲପୁର, ମାଲକାନଗିରି ଜିଲ୍ଲାର ତାପମାତ୍ର ୪୨ ଡିଗ୍ରୀ ରହିବ। ସେହିପରି ନବରଙ୍ଗପୁର, ବରଗଡ଼, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଭଦ୍ରକ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ରହିପାରେ। ଏହାଛଡ଼ା ରାଉରକେଲାରେ ୪୦ ଡିଗ୍ରୀ, ଦେବଗଡ଼ରେ ୩୯ ଡିଗ୍ରୀ, କୋରାପୁଟରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୫, ଛତ୍ରପୁରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପର ତାମପାତ୍ରା ୩୫ ଡିଗ୍ରୀ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଶନିବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ଆଶଙ୍କା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ରହିଛି। ଅସ୍ତବ୍ୟସ୍ତ ହୋଇଯିବ ଜୀବନ ଯାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦା ଓ ବୌଦ୍ଧର ତାତି ୪୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୪୩ ଡିଗ୍ରୀ ହୋଇପାରେ। ସେହିପରି ଝାରସୁଗୁଡ଼ା, ଅନୁଗୋଳ, କେନ୍ଦୁଝର, ବଲାଙ୍ଗିର, ସମ୍ୱଲପୁର, ଟିଟିଲାଗଡ଼, ଭବାନୀପାଟଣା, ପାରଳାଖେମୁଣ୍ଡି, ମାଲକାନଗିରି, ନୂଆପଡ଼ା ଜିଲ୍ଲାର ତାତି ୪୩ ଡିଗ୍ରୀ ହେବ। ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ଚାନ୍ଦବାଲି, ଢେଙ୍କାନାଳ, ଫୁଲବାଣୀ, ବାଲେଶ୍ୱର, ଯାଜପୁରର ତାତି ୪୨ ଡିଗ୍ରୀ ହୋଇପାରେ। ଏହାଛନା ଭଦ୍ରକ, କେନ୍ଦ୍ରାପଡ଼ା, ରାଉରକେଲା, ନବରଙ୍ଗପୁରର ତାପମାତ୍ରା ୪୧ ଡିଗ୍ରୀ ହୋଇପାରେ। ଜଗତସିଂହପୁରରେ ୪୦ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ, ଛତ୍ରପୁରରେ ୩୭, ଗୋପାଳପୁରରେ ୩୭ ଡିଗ୍ରୀ, କୋରାପୁଟରେ ୩୮ ଡିଗ୍ରୀ, ଦେବଗଡ଼ର ତାପମାତ୍ରା ୩୯ ଡିଗ୍ରୀ ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Bhubaneswar Heat Wave Heat Wave In Odisha Weather Report