Advertisment

ଉପକୂଳରେ କମିଲା, ପଶ୍ଚିମ ଓଡ଼ିଶାରେ ଜାଳିଲା

ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବା ସମ୍ଭାବନା ରହିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Heat Wave

Heat Wave

ଉପକୂଳ ଓଡ଼ିଶାରେ ତାତି କମିଲା। ହେଲେ ପଶ୍ଚିମ ଓଡ଼ିଶାରେ ଜାଳୁଛି ତାତି। ଆଜି ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବଲାଙ୍ଗିର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଆଜି ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ କଟକ-ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଅନୁଗୋଳରେ ୪୪.୭ ଡିଗ୍ରୀ, ନୂଆପଡ଼ାରେ ୪୪.୬ ଡିଗ୍ରୀ, ତାଳଚେରରେ ୪୪.୫ ଡିଗ୍ରୀ, ଟିଟିଲାଗଡ଼ରେ ୪୪.୫ ଡିଗ୍ରୀ, ବୌଦ୍ଧରେ ୪୪.୩ ଡିଗ୍ରୀ, ବାରିପଦାରେ ୪୩.୪ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ସମ୍ୱଲପୁରରେ ୪୨.୮ ଡିଗ୍ରୀ, ଢେଙ୍କାନାଳରେ ୪୨.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ନୟାଗଡ଼ରେ ୪୨.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୨ ଡିଗ୍ରୀ, ହୀରକୁଦରେ ୪୨.୧ ଡିଗ୍ରୀ, କେନ୍ଦୁଝରରେ ୪୨.୧ ଡିଗ୍ରୀ, ଫୁଲବାଣୀରେ ୪୧.୯ ଡିଗ୍ରୀ ଓ ଚାନ୍ଦବାଲିରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ବାଲେଶ୍ୱରରେ ତାପମାତ୍ରା ୪୧.୨ ଡିଗ୍ରୀ, ଭଦ୍ରକରେ ୪୧ ଡିଗ୍ରୀ, ରାଉରକେଲାରେ ୪୧ ଡିଗ୍ରୀ, ବରଗଡ଼ରେ ୪୦.୬ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ, ଛତ୍ରପୁରରେ ୪୦.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦ ଡିଗ୍ରୀ, ରାୟଗଡ଼ାରେ ୪୦ ଡିଗ୍ରୀ, ଦେବଗଡ଼ରେ ୩୯.୮ ଡିଗ୍ରୀ, ନବରଙ୍ଗପୁରରେ ୩୯.୫ ଡିଗ୍ରୀ, ଭୁବନେଶ୍ୱରରେ ୩୯ ଡିଗ୍ରୀ, କୋରାପୁଟରେ ୩୮.୮ ଡିଗ୍ରୀ, କଟକରେ ୩୮.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, ଜଗତସିଂହପୁରରେ ୩୭.୬ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବା ସମ୍ଭାବନା ରହିଛି। ଆଗାମୀ ୨ଦିନ ପରେ ଉପକୂଳ ଓଡ଼ିଶାରୁ ହିଟ-ୱେବରେ ବ୍ରେକ ଲାଗିବ। ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍‌ ଲାଗିବାର ସମ୍ଭାବନା ରହିଛି।

Heat Wave Heat Wave In Odisha