Heat Wave
୨୪ ଘଣ୍ଟାର ବ୍ରେକ ପରେ ରାଜଧାନୀ ଭୁବନେଶ୍ୱର ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାତି ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ୱଲପୁର ପାଲଟିଛି ଉତ୍ତପ୍ତ ସହର। ସମ୍ୱଲପୁରରେ ତାପମାତ୍ରା ୪୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ସମ୍ବଲପୁରରେ ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୧ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୬ ଡିଗ୍ରୀ, ବାଲେଶ୍ୱରରେ ୩୯.୮ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, ଗୋପାଳପୁରରେ ୩୫ ଡିଗ୍ରୀ, ପାରାଦୀପରେ ୩୪.୬ ଡିଗ୍ରୀ ଓ ପୁରୀର ତାପମାତ୍ରା ୩୫.୩ ଡିଗ୍ରୀ ରେକର୍ଡ କରାଯାଇଛି।
ସୂଚନାରୁ ପ୍ରକାଶ, ଲଗାତାର ୧୭ ଦିନ ରାଜଧାନୀ ଭୁବନେଶ୍ୱର ଖରାରେ ସିଝିଥିବା ପରେ ଗତ ବୁଧବାର ଅପରାହ୍ନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। କଟକ ଓ ଭୁବନେଶ୍ୱରରେ ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ଯେଉଁଥିପାଇଁ ଗତ ଦୁଇ ଦିନ ଧରି ରାଜଧାନୀ ସମେତ ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ତଳେ ରହିଥିଲା। ଯେଉଁଥିପାଇଁ ଗୁଳୁଗୁଳି ଓ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଥିଲା। ହେଲେ ଆଜି ପୁଣି ଥରେ ତାତି ବଢ଼ିଛି। ଏପରିକି ଗୁଳୁଗୁଳି ମଧ୍ୟ ହୋଇଛି। ଦିନ ସାଢ଼େ୨ଟା ସୁଦ୍ଧା ତାପମାତ୍ର ୪୦ ଡିଗ୍ରୀ ଅତିକ୍ରମ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Heat_Wave_1714385849.jpg)