Advertisment

୧୩ ପରଠୁ ପୁଣି ବଢ଼ିବ ତାତି

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ବର୍ଷା ଯୋଗୁ ତିନି ଦିନ ହେଲାଣି ରାଜ୍ୟରେ ପାଗ ଟିକେ ଭଲ ଅଛି। ଖରାର ପ୍ରକୋପ କମିଛି। ଏମିତି ପାଗ ଆଉ ତିନି ଚାରି ଦିନ ରହିପାରେ। କିନ୍ତୁ ତା’ପରେ ପୁଣି ଅବସ୍ଥା ଅସମ୍ଭାଳ ହୋଇପାରେ। ତାତି ବଢ଼ିପାରେ।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ୧୩ ତାରିଖ ପରଠୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହିତ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।

ଆଜି ବଲାଙ୍ଗିର, ନୂଆପଡ଼ା ଓ ବିରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ରାଜ୍ୟର ଆଉ କିଛି ସ୍ଥାନରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର ହୋଇଥିଲା। ପାରାଦୀପରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ସର୍ବାଧିକ ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୫.୨, ଗୋପାଳପୁରରେ ୩୪.୨, ବାଲେଶ୍ୱରରେ ୩୪.୨, ପୁରୀରେ ୩୨.୮, କେନ୍ଦୁଝରରେ ୩୨.୪, ଭୁବନେଶ୍ୱରରେ ୩୧, ରାଉରକେଲାରେ ୩୦.୨, ଝାରସୁଗୁଡ଼ାରେ ୨୭.୬, ସମ୍ବଲପୁରରେ ୨୫.୮ ଓ ହୀରାକୁଦରେ ୨୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Advertisment

ଗତ ଶନିବାର (ଏପ୍ରିଲ ୬) ରାଜ୍ୟର ୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରହିଥିଲା। ଅନୁଗୋଳରେ ସର୍ବାଧିକ ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୩.୨, ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଥିଲା। ସେହି ଦିନ ଏହି ୪ଟି ସ୍ଥାନ ସମେତ ମୋଟ ୨୩ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତା’ ପୂର୍ବ ଦିନ ଅର୍ଥାତ୍ ଗତ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Heat Wave Weather Update Weather News Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe