Advertisment

ଜୁନ୍‌ରେ ବି ତାତିରୁ ମିଳିବନି ତ୍ରାହି!

ମେ’ ୨୮ ତାରିଖରୁ ରାଜ୍ୟରେ ପୁଣି ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଥିଲା।

author-image
Jitendra Garnayak
Heat

Heat

ରାଜ୍ୟରେ କିଛି ଦିନ ହେବ ପୁଣି କଲବଲ କରୁଛି ଗ୍ରୀଷ୍ମ ପ୍ରବାହ। ମେ’ ୨୮ ତାରିଖରୁ ରାଜ୍ୟରେ ପୁଣି ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଥିଲା। ଆଜି ବି ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ଓ ବରଗଡ଼ରେ ତାପମାତ୍ରା ୪୬ ଡିଗ୍ରୀ ବା ତା’ ଉପରେ ରହିଥିଲା। ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ ନାହିଁ। ତେବେ ସଦ୍ୟ ସୂଚନା ଅନୁଯାୟୀ, ତା’ ପରେ ମଧ୍ୟ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳି ନପାରେ।

Advertisment

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ପାଣିପାଗ ବିଜ୍ଞାନୀ ଉମାଶଙ୍କ ଦାଶ ତାଙ୍କ X ହ୍ୟାଣ୍ଡେଲରରେ ଲେଖିଛନ୍ତି ଯେ ଜୁନ୍‌ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି। ଏହି ସମୟରେ ସ୍ୱାଭାବିକଠୁ ଅଧିକ ତାପମାତ୍ରା ସହ ମଧ୍ୟମ ଧରଣର ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି। IMDର ବିସ୍ତାରିତ ପରିସର ଆକଳନର ତଥ୍ୟକୁ ସେ ଏଥିରେ ଉଲ୍ଲେଖ କରିଛନ୍ତି।

ଆସନ୍ତାକାଲି ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେହିଭଳି ରାତିରେ ମଧ୍ୟ ଗରମ ଅନୁଭୂତ ହେବ। ସେଥିପାଇଁ ଏହି ଚାରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ତାତି ଓ ଗୁଳୁଗୁଳି ପାଗ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ଯାଜପୁର,ଢେଙ୍କାନାଳ, ଖୋର୍ଦ୍ଧା,ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment
Heat Wave Heat Wave In Odisha