Advertisment

ପୁଣି କଲବଲ କରିବ ତାତି, କାଲିଠୁ ୪ ଦିନ ଯାଏ ୬ରୁ ୮ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

୧୬ ତାରିଖରେ ରାଜ୍ୟର ୨୫ରୁ ଅଧିକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିପାରେ।

ଅଦ୍ୟତନ ହୋଇଛି
Heat wave

Heat wave

Advertisment

ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ନହେଲେ ବି ଅନେକ ସ୍ଥାନରେ ପାଗ କୋହଲା ରହିଛି। ଫଳରେ ତାପମାତ୍ରା କମିଛି। ଲୋକେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଛନ୍ତି। ଆଜି ପୂରା ରାଜ୍ୟରେ ମେଘୁଆ ପାଗ ରହିଛି ତଥା ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବ।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତା’ ଏକ୍ସରେ ଲେଖିଛି ଯେ ଆସନ୍ତାକାଲିଠାରୁ ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତାକାଲି ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲ୍‌ସିୟସ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ମାଲକାନଗିରିରେ ୩୭, ରାୟଗଡ଼ାରେ ୩୬, କୋରାପୁଟରେ ୩୩, ଭବାନୀପାଟଣାରେ ୩୩, ନୂଆପଡ଼ାରେ ୩୩, ବଲାଙ୍ଗିରରେ ୩୩, ଟିଟିଲାଗଡ଼ରେ ୩୪, ବୌଦ୍ଧରେ ୩୪, ସୁନ୍ଦରଗଡ଼ରେ ୩୩, ଝାରସୁଗୁଡ଼ାରେ ୩୩, ଅନୁଗୋଳରେ ୩୩, ଭୁବନେଶ୍ୱରରେ ୩୪ ଓ କଟକରେ ୩୩ ଡିଗ୍ରୀ ରହିପାରେ। ରାୟଗଡ଼ା, ପାରଳେଖେମୁଣ୍ଡି ଓ ମାଲକାନଗିରିକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁ ନପାରେ।

ଅନ୍ୟପକ୍ଷରେ ୧୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ବା ତା’ ଉପରେ ରହିପାରେ। ସେଦିନ ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ମାଲକାନଗିରି, ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୩୯ ଡିଗ୍ରୀ ରହିପାରେ। କୋରାପୁଟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ନୂଆପଡ଼ାରେ ୩୬, ବଲାଙ୍ଗିରରେ ୩୮, ଭବାନୀପାଟଣାରେ ୩୮, ରାୟଗଡ଼ାରେ ୩୭, ଫୁଲବାଣୀରେ ୩୫, ବରଗଡ଼ରେ ୩୬, ସମ୍ବଲପୁରରେ ୩୭, ସୁନ୍ଦରଗଡ଼ରେ ୩୬, ଝାରସୁଗୁଡ଼ାରେ ୩୭, ଅନୁଗୋଳରେ ୩୭, କେନ୍ଦୁଝରଗଡ଼ରେ ୩୫, ଢେଙ୍କାନାଳରେ ୩୫, କଟକରେ ୩୬, ଭୁବନେଶ୍ୱରରେ ୩୬, ଖୋର୍ଦ୍ଧାରେ ୩୫, ଜଗତସିଂହପୁରରେ ୩୬, ଚାନ୍ଦବାଲିରେ ୩୬, ଯାଜପୁରରେ ୩୬, ଭଦ୍ରକରେ ୩୫ ଓ ବାରିପଦାରେ ୩୬ ଡିଗ୍ରୀ ରହିପାରେ।

Advertisment

୧୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେଦିନ ରାଜ୍ୟର ୮ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିପାରେ। ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବଲାଙ୍ଗିର, ଭବାନୀପାଟଣା, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ଅନୁଗୁଳ, ନୂଆପଡ଼ା, ରାୟଗଡ଼ା ଓ ନୟାଗଡ଼ର ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ। ରାଜଧାନୀ ଭୁବନେଶ୍ୱର, କଟକ, ଜଗତସିଂହପୁର, ଭଦ୍ରକ, ବାରିପଦା, ସୁନ୍ଦରଗଡ଼, ସୋନପୁର ଓ ଚାନ୍ଦବାଲିର ତାପମାତ୍ରା ୩୮ ଡିଗ୍ରୀ ରହିପାରେ।

୧୫ ତାରିଖରେ ପ୍ରାୟ ୧୬ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିପାରେ। ସେଦିନ ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ମାଲକାନଗିରି, ଭବାନୀପାଟଣା, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରହିପାରେ। ସେହିପରି ନୂଆପଡ଼ା, ରାୟଗଡ଼ା, ସୋନପୁର, ଅନୁଗୁଳ, ନୟାଗଡ଼, କେନ୍ଦୁଝରଗଡ଼ ଓ ଭଦ୍ରକରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଭୁବନେଶ୍ୱର, କଟକ, ବାରିପଦା, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଚାନ୍ଦବାଲି, ନବରଙ୍ଗପୁର, ଫୁଲବାଣୀ ଓ ରାଉରକେଲାରେ ତାପମାତ୍ରା ୩୯ ଡିଗ୍ରୀ ରହିପାରେ।

୧୬ ତାରିଖରେ ରାଜ୍ୟର ୨୫ରୁ ଅଧିକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିପାରେ। ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗିର ଓ ବୌଦ୍ଧରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ମାଲକାନଗିରି, ପାରଳାଖେମୁଣ୍ଡି, ସମ୍ବଲପୁର ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଏବଂ ରାୟଗଡ଼ା, ସୋନପୁର ଓ ଅନୁଗୋଳରେ ୪୧ ଡିଗ୍ରୀ ରହିପାରେ। ସେହିପରି ଭୁବନେଶ୍ୱର ସମେତ କଟକ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଫୁଲବାଣୀ, ରାଉରକେଲା, କେନ୍ଦୁଝରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଚାନ୍ଦବାଲି ଓ ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ରହିପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତାକାଲି ଓ ତା’ପର ଦିନ ରାଜ୍ୟର କାଁ ଭାଁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ତାରିଖଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୬ରୁ ୮ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମଆଦ୍ର ପାଣିପାଗ ସ୍ଥିତି ରହିବ। ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ଓ ୧୮ ତାରିଖ ବେଳକୁ ତାପମାତ୍ରା ପିକ୍‌ରେ ପହଞ୍ଚିବାର ସମ୍ଭାବନା ରହୁଛି।

Heat Wave Weather Update Weather News Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe