Advertisment

୨୧ରୁ ସାମାନ୍ୟ ନିସ୍ତାର, ୨୫ରୁ ଫେରିବ ତାତି

୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

Heat Wave

ପ୍ରାୟ ୫ ଦିନ ହେଲାଣି ରାଜ୍ୟରେ ସତେ ଯେପରି ଅଗ୍ନି ବର୍ଷା ହେଉଛି। ଦିନକୁ ଦିନ ଅଧିକରୁ ଅଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଛି। ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବା ପରେ ୨୧ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ଟିକେ ହ୍ରାସ ପାଇପାରେ। କିନ୍ତୁ ୨୫ ତାରିଖରୁ ପୁଣି ବଢ଼ିବ ପାରଦ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଦିଆଯାଇଛି ଏହି ସୂଚନା।

Advertisment

ଏଥିରେ ଲେଖାଯାଇଛି, ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତଥା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ। କିନ୍ତୁ ୨୫ ତାରିଖଠାରୁ ପୁଣି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ତେଣୁ ୨୬ ଏପ୍ରିଲରୁ ମେ’ ୨ ତାରିଖ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ରହିବା ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାନା ରହିଛି।

ଗତକାଲି ରାଜ୍ୟର ୩୨ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ୪୩.୬ ଡିଗ୍ରୀ ସହିତ ରାଜଧାନୀ ଭୁବନେଶ୍ୱର ପାଲଟି ଥିଲା ଉତ୍ତପ୍ତ ସହର। ଆଜି ବି ପ୍ରବଳ ଖରା ହୋଇଛି। ଦିନ ଅଢ଼େଇଟା ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ସାରା ରାଜ୍ୟରେ ସର୍ବାଧିକ ରହିଛି। ସେହିପରି ଏହି ସମୟ ମଧ୍ୟରେ ସମ୍ବଲପୁରରେ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୪୨.୨, ଚାନ୍ଦବାଲିରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୧.୮, ଭୁବନେଶ୍ୱରରେ ୪୧.୪, ବାଲେଶ୍ୱର ୩୯.୪, ପାରାଦ୍ୱୀପରେ ୩୪.୮, ପୁରୀରେ ୩୪.୪ ଓ ଗୋପାଳପୁରରେ ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଚଳିତ ଏପ୍ରିଲ ମାସରେ ଏଯାବତ୍‌ ୬ ଦିନ ଅନୁଭୂତ ହେଲାଣି ହିଟୱେଭ୍। ଚଳିତ ମାସ ଆହୁରି ୩ ଦିନ ଅନୁଭୂତ ହେବ ହିଟୱେଭ୍। କାଲି ପାଇଁ ଗ୍ରୀଷ୍ମ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ବୌଦ୍ଧ। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ପ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖାଦେଇପାରେ। ସେହିଭଳି ଗ୍ରୀଷ୍ମ ପ୍ରବାହ ନେଇ କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କନାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।

Heat Wave Heat Wave In Odisha Weather Update Weather News