Advertisment

ଶୁକ୍ରବାର ଓ ଶନିବାର ପାଇଁ ରେଡ୍‌ ୱାର୍ଣ୍ଣିଂ

ଗ୍ରୀଷ୍ମ ପ୍ରବାହ ଜାରି ହେଉଥିବାରୁ ଘରୁ ବାହାରିଲା ବେଳେ ସତର୍କତାମୂଳକ ବ୍ୟବସ୍ଥା କରି ବାହାରିବାକୁ ପରାମର୍ଶ ଦିଆଯାଇଛି।

author-image
Manoranjan Sial
undefined

Heat Wave

ଶୁକ୍ରବାର ଓ ଶନିବାର ଭୀଷଣ ତାତି ହେବ। ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହ ଜାରି ହେଉଥିବାରୁ ଘରୁ ବାହାରିଲା ବେଳେ ସତର୍କତାମୂଳକ ବ୍ୟବସ୍ଥା କରି ବାହାରିବାକୁ ପରାମର୍ଶ ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ି ଜିଲ୍ଲାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ସୋନପୁର, ବୌଦ୍ଧ, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ବଲାଙ୍ଗିର ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ହୋଇପାରେ। ସେହିପରି ନୂଆପଡ଼ା, ଟିଟିଲାଗଡ଼, ବୌଦ୍ଧ, ସମ୍ୱଲପୁର, ଅନୁଗୋଳ, ନୟାଗଡ଼, ଯାଜପୁର, ଭଦ୍ରକ, ଚାନ୍ଦବାଲି ଓ ଭଦ୍ରକରେ ୪୪ ଡିଗ୍ରୀ ରେକର୍ଡ ହୋଇପାରେ। ତା’ତଳକୁ ବାଲେଶ୍ୱର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ପାରଳାଖେମୁଣ୍ଡି, ରାଉରକେଲା, ମାଲକାନଗିରି, ଭବାନୀପାଟଣାରେ ୪୩ ଡିଗ୍ରୀ କରାଯାଇପାରେ। ତେବେ ଫଲବାଣୀରେ ୪୨ ଡିଗ୍ରୀ, ଜଗତସିଂହପୁରରେ ୪୨ ଡିଗ୍ରୀ, କୋରାପୁଟରେ ୩୮ ଡିଗ୍ରୀ, ନବରଙ୍ଗପୁରରେ ୪୧ ଡିଗ୍ରୀ, ରାୟଗଡ଼ାରେ ୪୧ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ଛତ୍ରପୁରରେ ୪୧ ଡିଗ୍ରୀ, ଦେବଗଡ଼ରେ ୪୦ ଡିଗ୍ରୀ, ସୋନପୁରରେ ୪୨ ଡିଗ୍ରୀ, ବରଗଡ଼ରେ ୪୧ ଡିଗ୍ରୀ, ପାରାଦୀପରେ ୩୬ ଡିଗ୍ରୀ, ପୁରୀରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇପାରେ।

Advertisment

ଶନିବାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ପୁରୀ, କଟକ, ଅନୁଗୋଳ, ଦେବଗଡ଼, ସମ୍ୱଲପୁର, ବରଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ବାରିପଦା, ବଲାଙ୍ଗିର, ଝାରସୁଗୁଡ଼ାରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇପାରେ। ତା’ ତଳକୁ ସୁନ୍ଦରଗଡ଼, ସମ୍ୱଲପୁର, ନୟାଗଡ଼,ଅନୁଗୋଳ, କେନ୍ଦୁଝର, ଯାଜପୁର, ଭୁବନେଶ୍ୱର, ବୌଦ୍ଧ, ଭଦ୍ରକ, ଚାନ୍ଦବାଲି, ଟିଟିଲାଗଡ଼, ଭବାନୀପାଟଣା, ପାରଳାଖେମୁଣ୍ଡି, ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରୀ ହୋଇପାରେ। ସେହିପରି ମାଲକାନଗିରରେ ୪୩ ଡିଗ୍ରୀ, କୋରାପୁଟରେ ୩୮ ଡିଗ୍ରୀ, ନବରଙ୍ଗପୁରରେ ୪୧ ଡିଗ୍ରୀ,ରାୟଗଡ଼ାରେ ୪୧ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ଫୁଲବାଣୀରେ ୪୨ ଡିଗ୍ରୀ, ବରଗଡ଼ରେ ୪୧ ଡିଗ୍ରୀ, ଖୋର୍ଦ୍ଧାରେ ୪୨ ଡିଗ୍ରୀ, ବରଗଡ଼ରେ ୪୧ ଡିଗ୍ରୀ, ଦେବଗଡ଼ରେ ୪୦ ଡିଗ୍ରୀ, ଢେଙ୍କାନାଳରେ ୪୩ ଡିଗ୍ରୀ, ରାଉରକେଲାରେ ୪୩ ଡିଗ୍ରୀ, କଟକରେ ୪୩ ଡିଗ୍ରୀ, ଜଗତସିଂହପୁରରେ ୪୨ ଡିଗ୍ରୀ, ପୁରୀରେ ୩୬ ଡିଗ୍ରୀ, ପାରାଦୀପରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇପାରେ।

Heat Wave Heat Wave In Odisha Weather Report