Advertisment

ବିହାରରେ ହିଟ୍ ୱେଭ୍; ପୁଲିସ କର୍ମଚାରୀଙ୍କ ସମେତ ୧୯ ଜଣଙ୍କ ଜୀବନ ଗଲାଣି

ଆଗାମୀ କିଛି ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ତାତି ବଢିବାକୁ ନେଇ ସତର୍କ କରାଇଲା IMD।

Representative Image

Representative Image

Advertisment

ଉତ୍ତର-ପୂର୍ବ ଭାରତ ସମେତ କିଛି ରାଜ୍ୟରେ କଲବଲ କରୁଛି ତାତି। ବିହାରରେ ମଧ୍ୟ ପାରଦ ୪୪ ଡିଗ୍ରୀରୁ ଅଧିକ ଥିବାରୁ ଏଠାରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।  

Advertisment

ରାଜ୍ୟରେ ଔରଙ୍ଗାବାଦରେ ଉତ୍ତାପ ଜନିତ କାରଣରୁ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଥିବାବେଳେ ଗୁରୁବାର(ମେ ୩୦)ରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେହିପରି କାଇମୁର ଜିଲ୍ଲାରେ ଚାରି ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଭୋଜପୁର ଜିଲ୍ଲାର ବିହାର ଆରାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଅତ୍ୟଧିକ ଉତ୍ତାପ ଅନୁଭୂତ ହେଉଛି।

କାଇମୁରର ମୋହାନିଆ ସବ-ଡିଭିଜନାଲ ଡାକ୍ତରଖାନାର ଡାକ୍ତର ଡ. ସାହିଲ ରାଜ କହିଛନ୍ତି ଯେ, ଗତକାଲି ପ୍ରାୟ ୪୦ ଜଣ ଲୋକ ଅଂଶୁଘାତ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରେ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଅଛନ୍ତି, ଯେପରିକି ପୁଲିସ ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ବ୍ୟକ୍ତି।

Advertisment

ଜଣା ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ତାପମାତ୍ରା ଅତ୍ୟଧିକ ରହୁଥିବାରୁ ଏହା ଆମ ପାଇଁ ଏକ ଆହ୍ୱାନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରୀ ଟିମକୁ ସତର୍କ କରାଯାଇଛି। ଯଦି କୌଣସି ମତଦାନ କର୍ମଚାରୀ କିମ୍ବା ପୁଲିସ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

ସେପଟେ ଗୁରବାର ରାଜ୍ୟରେ ୪୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ପରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ କିଛି ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।  

Heat Wave Weather Bihar Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe