ରାଜ୍ୟରେ ଜାରି ରହିଛି ଶୀତର ଲହରୀ। କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାତିରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥିଲା ସବୁଠୁ ଥଣ୍ଡାର ସହର।
ଗତକାଲି ରାତିରେ ଜି. ଉଦୟଗିରି ତାପମାତ୍ରା୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟ ୮.୭ଡିଗ୍ରୀ, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯ ଡିଗ୍ରୀ, ଝାରସୁଗୁଡ଼ା ୯.୨ଡିଗ୍ରୀ, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଭଦ୍ରକର ରାଣିତାଲ ୧୦ ଡିଗ୍ରୀ, ଅନୁଗୋଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି କଟକରେ ରାତ୍ରି ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରଯାଇଥିବାବେଳେ ଭୁବନେଶ୍ୱର ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ୧୭ ତାରିଖରେ ମଧ୍ୟ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା।
ଆଜି ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା pic.twitter.com/sElLYAyRmY
— Meteorological Centre, Bhubaneswar (@mcbbsr) December 19, 2023
ଜି.ଉଦୟଗିରି ରେ #୬ଡ଼ିଗ୍ରୀ ଛୁଇଁଲା ପାରଦ
— Meteorological Centre, Bhubaneswar (@mcbbsr) December 19, 2023
ଆଜି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୫ ଡ଼ିଗ୍ରୀ ରେକର୍ଡ #ColdWeather #WINTER
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।