Advertisment

୧୦ ଡିଗ୍ରୀ ତଳେ ୧୦ ସହର; ଜି. ଉଦୟଗିରି ସବୁଠୁ ଥଣ୍ଡାର ସହର

୧୭ ତାରିଖରେ ମଧ୍ୟ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା।

ଅଦ୍ୟତନ ହୋଇଛି
cold wave

cold wave

Advertisment

ରାଜ୍ୟରେ ଜାରି ରହିଛି ଶୀତର ଲହରୀ। କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାତିରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥିଲା ସବୁଠୁ ଥଣ୍ଡାର ସହର।

Advertisment

ଗତକାଲି ରାତିରେ ଜି. ଉଦୟଗିରି ତାପମାତ୍ରା୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟ ୮.୭ଡିଗ୍ରୀ, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯ ଡିଗ୍ରୀ, ଝାରସୁଗୁଡ଼ା ୯.୨ଡିଗ୍ରୀ, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଭଦ୍ରକର ରାଣିତାଲ ୧୦ ଡିଗ୍ରୀ, ଅନୁଗୋଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି କଟକରେ ରାତ୍ରି ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରଯାଇଥିବାବେଳେ ଭୁବନେଶ୍ୱର ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ୧୭ ତାରିଖରେ ମଧ୍ୟ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା।

Advertisment

Weather Report Weather
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe