Advertisment

‘ମିଗଜୋମ’ ଇମ୍ପାକ୍ଟ; ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ଛେଚିବ, ଟେନସନ୍‌ରେ ଚାଷୀ

ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ମିଗଜୋମ’ । ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ‘ମିଗଜୋମ’ ପ୍ରଭାବରେ ଗତକାଲି ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆରମ୍ଭ ହୋଇଯାଇଛି ବର୍ଷା।

Advertisment

ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ଅମଳ ସମୟରେ ଏଭଳି ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି। ସମୟ ପୂର୍ବରୁ ଧାନ କାଟି ନେବାକୁ ତର ତର ହେଉଛି ଚାଷୀ। କିଏ ଟ୍ରାକ୍ଟର ଲଗାଇ କଟା ଧାନକୁ ବୋହିନେଉଛି ତ କିଏ କଟା ଧାନକୁ ବିଲରେ ଜରି ଗୁଡାଇ ସାଇତି ରଖୁଛି।

Advertisment

ସେପଟେ ଅମଳ ସମୟରେ ଏଭଳି ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି। ସମୟ ପୂର୍ବରୁ ଧାନ କାଟି ନେବାକୁ ତର ତର ହେଉଛି ଚାଷୀ। କିଏ ଟ୍ରାକ୍ଟର ଲଗାଇ କଟା ଧାନକୁ ବୋହିନେଉଛି ତ କିଏ କଟା ଧାନକୁ ବିଲରେ ଜରି ଗୁଡାଇ ସାଇତି ରଖୁଛି। ବର୍ଷକର ପରିଶ୍ରମକୁ ବର୍ଷା ଦାଉରୁ ସାଇତି ରଖିବାକୁ ଚେଷ୍ଟା କରୁଛି ଚାଷୀ। ବର୍ଷା ଯୋଗୁ ଧାନ, କପା, ମାଣ୍ଡିଆ ଭଳି ଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି।

Odisha Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe