Advertisment

ମଙ୍ଗଳବାର, ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା! ଚିନ୍ତାରେ ଚାଷୀ

ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ ବେଗରେ ବୋହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷାକୁ ଦେଖି ଚିନ୍ତାରେ ପଡ଼ି ଯାଇଛି ଚାଷୀ।

ଅଦ୍ୟତନ ହୋଇଛି
Harvesting

Harvesting

Advertisment

ବାତ୍ୟା ‘ମିଗ୍‌ଜୋର’ର ପ୍ରଭାବ ଓଡ଼ିଶାରେ ପଡ଼ିବ! ବାତ୍ୟା ପ୍ରଭାବରେ ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ହୋଇବ। ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ ବେଗରେ ବୋହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷାକୁ ଦେଖି ଚିନ୍ତାରେ ପଡ଼ି ଯାଇଛି ଚାଷୀ। ତରତର ହୋଇ ବିଲରେ କଟାଯାଇଥିବା ଧାନକୁ ଖଳାକୁ ନେଇ ଆସୁଥିବା ଦେଖିବାକୁ ମିଳୁଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ପୁରୀ, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ।

ବୁଧବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ପ୍ରବଳ ବର୍ଷାକୁ ଦେଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। କଚ୍ଚା ଘରେ ନହିବା ପାଇଁ ପରାମର୍ଶ ଦିଆଯାଇଛି। ଅମଳ ହୋଇଥିବା ଧାନ, ପନିପରିବା, ମିଲେଟ୍ସ, କପା ଓ ଅନ୍ୟାନ୍ୟ ଫସଲକୁ ଘରକୁ ନେଇ ଯିବାକୁ କୁହାଯାଇଛି। ପରିପରିବା ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ସେପଟେ ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ଧାନ ଅମଳ ବେଳ ଚାଲିଛି। ଚାଷୀ କାଟି ବିଲ ଓ ଖଳାରେ ପକାଇଛି। ବାତ୍ୟାକୁ ଦେଖି ତରତର ହୋଇ ଚାଷ ଜମିରୁ ଅମଳ ହୋଇଥିବା ଧାନକୁ ଘରକୁ ନେଇ ଆସୁଛି।

Heavy Rain Rain Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe