Advertisment

୨୫ରେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା!

୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

undefined

Heavy Rain

Advertisment

ଆସନ୍ତାକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ୨୪ ତାରିଖ ସକାଳେ ଡିପ୍ରେସନ ବା ଅବପାତର ରୂପ ନେବ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଅବପାତର ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ସେହିପରି ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। ସମ୍ଭାବ୍ୟ ଲଘୁଚାପ ଓ ଅବପାତ ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବା ବଢ଼ି ୫୫ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୨.୨ ଡିଗ୍ରୀ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୪୧.୨ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, ବଲାଙ୍ଗିରରେ ୪୦.୪ ଡିଗ୍ରୀ, ଭବାନୀପାଟଣାରେ ୪୦ ଡିଗ୍ରୀ, ଟିଟିଲାଗଡ଼ରେ ୪୦ ଡିଗ୍ରୀ, ଛତ୍ରପୁରରେ ୩୯.୬ ଡିଗ୍ରୀ, ତାଳଚେରରେ ୩୮.୮ ଡିଗ୍ରୀ, ସମ୍ୱଲପୁରରେ ୩୮.୬ ଡିଗ୍ରୀ, ମାଲକାନଗିରିରେ ୩୮.୫ ଡିଗ୍ରୀ, ରାଉରକେଲାରେ ୩୮.୩ ଡିଗ୍ରୀ, ଢେଙ୍କାନାଳରେ ୩୮ ଡିଗ୍ରୀ, ସୋନପୁରରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୭ ଡିଗ୍ରୀ, ଜଗତସିଂହପୁରରେ ୩୭.୫ ଡିଗ୍ରୀ, ରାୟଗଡ଼ାରେ ୩୭.୪ ଡିଗ୍ରୀ, ହୀରାକୁଦରେ ୩୭.୩ ଡିଗ୍ରୀ, ନୟାଗଡ଼ରେ ୩୭.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୭ ଡିଗ୍ରୀ,ନବରଙ୍ଗପୁରରେ ୩୭ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୬.୮ ଡିଗ୍ରୀ, କଟକରେ ୩୬.୫ ଡିଗ୍ରୀ, ଫୁଲବାଣୀରେ ୩୬.୫ ଡିଗ୍ରୀ, ଯାଜପୁରରେ ୩୬.୫ ଡିଗ୍ରୀ, ବରଗଡ଼ରେ ୩୬.୪ ଡିଗ୍ରୀ, ଅନୁଗୋଳରେ ୩୬.୧ ଡିଗ୍ରୀ, ଚାନ୍ଦବାଲିରେ ୩୫.୮ ଡିଗ୍ରୀ, ପୁରୀରେ ୩୫.୮ ଡିଗ୍ରୀ, କେନ୍ଦୁଝରରେ ୩୫.୫ ଡିଗ୍ରୀ, ଭଦ୍ରକରେ ୩୫.୫ ଡିଗ୍ରୀ, ଦେବଗଡ଼ରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୫ ଡିଗ୍ରୀ, ପାରାଦୀପରେ ୩୪.୬ ଡିଗ୍ରୀ, କୋରାପୁଟରେ ୩୪.୪ ଡିଗ୍ରୀ, ବାଲେଶ୍ୱରରେ ୩୪.୪ ଡିଗ୍ରୀ ଓ ଦାରିଙ୍ଗବାଡ଼ିର ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heavy Rain Rain Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe