Advertisment

ଭୁବନେଶ୍ୱରର ବିକଳ ଚିତ୍ର: ଚାରିଆଡ଼େ ଜଳାର୍ଣ୍ଣବ, ମେୟର ଚୁପ୍‌, ହେଲପଲାଇନ ନମ୍ବର ଅକାମୀ

ଆଜି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୧୮୬ମିମି ବର୍ଷା ରେକର୍ଡ କରାଯାଇଛି । ମାତ୍ର ୩-୪ଘଣ୍ଟାର ବର୍ଷାରେ ରାଜଧାନୀର ସବୁ ଅଂଚଳରେ ଜଳାର୍ଣ୍ଣବ ସ୍ଥିତି ।

Rain

Rain

Advertisment

ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକଳ ଚିତ୍ର ପଦାରେ ପଡ଼ିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅପାରଗତା ଓ ରାଜ୍ୟ ସରକାରଙ୍କ ମିଛ ବାହାଦୂରୀ ଯୋଗୁ ରାଜଧାନୀର ୮୦ ପ୍ରତିଶତ ଅଂଚଳରେ ଏବେ ଜଳାର୍ଣ୍ଣବ ସମସ୍ୟା । ଜଳ ନିଷ୍କାସନ ପାଇଁ ବାଟ ନାହିଁ । କେଉଁଠି ଘର ଭିତରେ ଆଣ୍ଠୁଏ ପାଣି ତ, କେଉଁଠି ମୁଖ୍ୟ ରାସ୍ତାରେ ବର୍ଷା ଜଳ ଲହଡ଼ି ମାରୁଛି । ଆଉ ଏସବୁ ଭିତରେ ଭୁବନେଶ୍ୱର ମେୟର ଫେସବୁକରେ ‘ହେଲପଲାଇନ୍ ନମ୍ବର-୧୯୨୯’, ବିଏମସି ଜୋନାଲ ଅଫିସର ଅବା ସ୍ଥାନୀୟ କର୍ପୋରେଟରଙ୍କୁ ଯେକୌଣସି ସହାୟତା ପାଇଁ ଯୋଗାଯୋଗ କରନ୍ତୁ ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଚୁପଚାପ ବସିପଡ଼ିଛନ୍ତି । ଆଉ ଯେଉଁ ହେଲପଲାଇନ୍ ନମ୍ବର ଦେଇଛନ୍ତି ତାକୁ ଫୋନ୍ କଲେ କେହି ଉଠାଉ ନଥିବା ଜଣାପଡ଼ିଛି ।

Advertisment

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ କଟକ ସହରରେ ମଧ୍ୟ ବର୍ଷା ଜଳ ଲୋକଙ୍କ ଘର ଭିତରେ ପଶିଛି । ଅସରାଏ ବର୍ଷା ହିଁ ରାଜଧାନୀ ଭୁବନେଶ୍ୱରର ବିକଟାଳ ଚିତ୍ର ଆଉ ରାଜ୍ୟ ସରକାରଙ୍କ ଆତ୍ମବଡ଼ିମା(ଆମେ ନମ୍ବରୱାନ)ର ବାହାସ୍ଫୋଟର ଅସଲ ଚେହେରାକୁ ପଦାରେ ପକାଇଛି । କଥାକଥାକେ ଆମ ବିଏମସିକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରୁଛନ୍ତି ବୋଲି କହୁଥିବା ଭୁବନେଶ୍ୱର ମହାନଗର ନିଗମର ବାସ୍ତବ ଚିତ୍ର ଓ ଚରିତ୍ର କ’ଣ ତାହା ଆଜି ରାଜଧାନୀବାସୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।

ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୧୮୬ମିମି ବର୍ଷା ରେକର୍ଡ କରାଯାଇଛି । ମାତ୍ର ୩-୪ଘଣ୍ଟାର ବର୍ଷାରେ ରାଜଧାନୀର ସବୁ ଅଂଚଳରେ ଜଳାର୍ଣ୍ଣବ ସ୍ଥିତି । ନା ଜଳ ନିଷ୍କାସନ ପାଇଁ ଡ୍ରେନ ପରିଷ୍କାର ହୋଇଛି ନା କେଉଁଠି ମୋଟର ପମ୍ପ ଲଗାଇ ଜଳ ନିଷ୍କାସନ ହେଉଛି । ରାଜଧାନୀର ପ୍ରାୟ ୮୦ ପ୍ରତିଶତ ଅଂଚଳରେ ବର୍ଷା ଜଳ ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଘର ଭିତରେ ଆଣ୍ଠୁଏ ପରିମାଣରେ ଲହଡ଼ି ମାରୁଥିଲେ ମଧ୍ୟ ବିଏମସି ଅଧିକାରୀ କିମ୍ବା ମେୟରଙ୍କ ଦେଖାନାହିଁ । ଜାଗମରା, ପଳାସପଲ୍ଲୀ, ଓଲଡ ଟାଉନ୍, ଚକେଇସାଣୀ, ରସୁଲଗଡ଼, ପଟିଆ, ନିଳାଦ୍ରି  ବିହାର, ଭୀମଟାଙ୍ଗୀ, ସୁନ୍ଦରପଦା, ହଂସପାଳ ଆଦି ଅଂଚଳରେ ବର୍ଷା ଜଳ ଘର ଭିତରେ ପଶିଥିବାବେଳେ ଭୁବନେଶ୍ୱର ଅଧିକାଂଶ ମୁଖ୍ୟ ରାସ୍ତା( ଇସ୍କନ ସମ୍ମୁଖ ଜାତୀୟ ରାଜପଥ), ଜାଭିୟର ଛକ, ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତା, ବିବେକାନନ୍ଦ ମାର୍ଗ ରାସ୍ତାଠୁ ଆରମ୍ଭ କରି ବହୁ ରାସ୍ତା ଏବେବି ଜଳାର୍ଣ୍ଣବ ହୋଇ ରହିଛି ।

Advertisment

ଅଧିକାଂଶ ଆପାର୍ଟମେଂଟ ଭିତରେ ପାଣି ପଶିଛି । ଏମସ ହସ୍ପିଟାଲ ପାଚେରୀ ଭୁଷୁଡ଼ି ୩ଜଣ ଆହତ ହୋଇଥିବାବେଳେ ଜାଗମରା ପଟରେ ଏୟାରପୋର୍ଟ ପାଚେରୀ ଧସିଥିବା ସୂଚନା ମିଳଛି । ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ସତେଯେପରି ବିଏମସି ଅକ୍ଷମ ଓ ଅପାରଗ । ଜଳ ନିଷ୍କାସନ ପାଇଁ କୌଣସି ପୂର୍ବ ପ୍ରସ୍ତୁତି ନାହିଁ । ରାଜଧାନୀବାସୀ ବର୍ଷା ଜଳ ଯୋଗୁ ହନ୍ତସନ୍ତ ହେଉଛନ୍ତି । ବର୍ଷା ଯୋଗୁ ରାସ୍ତାଘାଟ, ଦୋକାନବଜାର ଚାରିଆଡ଼େ ପାଣି ଉବୁଟୁବୁ ହେଉଥିବାବେଳେ ମେୟର ସୁଲୋଚନା ଦାସ ନିଜ ଫେସବୁକ ମାଧ୍ୟମରେ ହେଲପଲାଇନ୍ ନମ୍ବର-୧୯୨୯ ଓ ବିଏମସି ଜୋନାଲ ଅଫିସର କିମ୍ବା ସ୍ଥାନୀୟ କର୍ପୋରେଟରଙ୍କୁ ଯେକୌଣସି ସହାୟତା ପାଇଁ ଯୋଗାଯୋଗ କରନ୍ତୁ ବୋଲି କହି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛନ୍ତି ।

ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନନେଇ ଏବେ ରାଜଧାନୀବାସୀଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି । ବର୍ଷା ଦିନ ଆଗରୁ ଲୋକଙ୍କ ଟିକସ ଅର୍ଥରେ କଟକ ମେୟର ସୁବାସ ସିଂଙ୍କ ସହ ସିଙ୍ଗାପୁର ବୁଲିବାକୁ ପଳାଇଥିବା ଶ୍ରୀମତୀ ଦାସ ଯଦି ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ଆଖିଦୃଶିଆ ପଦକ୍ଷେପ ନେଇଥାନ୍ତେ ଓ ଜଳ ନିଷ୍କାସନ ପାଇଁ ଅବରୋଧ ହୋଇ ରହିଥିବା ଡ୍ରେନଗୁଡ଼ିକ ପରିଷ୍କାର ନିମନ୍ତେ ଆନ୍ତରିକତା ଦେଖାଇଥାନ୍ତେ ହୁଏତ ଆଜି ରାଜଧାନୀବାସୀଙ୍କୁ ମାତ୍ର ୩-୪ ଘଣ୍ଟା ଲଗାଣ ବର୍ଷାରେ ଏତେ ହନ୍ତସନ୍ତ ହେବାକୁ ପଡ଼ୁନଥାନ୍ତା ।

ସେହିପରି ବର୍ଷା ଯୋଗୁ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ରାଜଧାନୀର ବିଭିନ୍ନ ଅଂଚଳରେ ପାୱାରକଟ୍ କରାଯାଇଥିଲା । ବିପର୍ଯ୍ୟୟ ମୁକାବିଲାର ବିଶ୍ୱସ୍ତରୀୟ ମଡେଲ କଥା କହୁଥିବା ବିଜେଡି ସରକାରର ଅସଲ ଚିତ୍ର ଓ ଚେହେରା ଆଜି ଅସରାଏ ବର୍ଷାରେ ପଦାରେ ପଡ଼ିଛି । ରାଜଧାନୀର ବିଭିନ୍ନ ଅଂଚଳ ଜଳାର୍ଣ୍ଣବ ସହ ଟେକନିକାଲ ତ୍ରୁଟିର ବାହାନା ଦେଖାଇ ପ୍ରାୟ ୩-୪ ଘଣ୍ଟା ଧରି ପାୱାର କଟ୍ କରାଯିବା କ’ଣ ନବୀନ ପଟ୍ଟନାୟକ ସରକାରର କି ପ୍ରକାରର ବିଶ୍ୱସ୍ତରୀୟ ମଡେଲ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Bhubaneswar Bhubaneswar News Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe