Advertisment

ଅସରାଏ ବର୍ଷାରେ ବେହାଲ୍‌ ରାଜଧାନୀ, ରାସ୍ତାରେ ଲହଡି ମାରୁଛି ପାଣି

ସକାଳେ ଗୁଳୁଗୁଳି ହେଉଥିଲା। ଜୀବନ ଯାତ୍ରା ପ୍ରଭାବିତ ହେଉଥିଲା। ଅପରାହ୍ନରେ ହଠାତ୍‌ ରାଜଧାନୀ ଭୁବନେଶ୍ୱର ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ପ୍ରଥମେ ଘଡ଼ଘଡ଼ି ମାରିଥିଲା। ତା’ପରେ ପ୍ରବଳ ବର୍ଷି ଥିଲା।

ଅଦ୍ୟତନ ହୋଇଛି
Rain

Rain

Advertisment

ଅସରାଏ ବର୍ଷାରେ ବେହାଲ୍‌ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍‌ରେ ପାସ୍‌ କରିନପାରିବାରୁ ରାସ୍ତାରେ ଲହଡି ମାରୁଛି। ସେପଟେ ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍‌ ସମ୍ମୁଖର ଅବସ୍ଥା କଥା ନକହିବା ଭଲ। ଏଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

Advertisment

ଆଜି ସକାଳେ ପ୍ରବଳ ଗୁଳୁଗୁଳି ହେଉଥିଲା। ଜୀବନ ଯାତ୍ରା ପ୍ରଭାବିତ ହେଉଥିଲା। ଅପରାହ୍ନରେ ହଠାତ୍‌ ରାଜଧାନୀ ଭୁବନେଶ୍ୱର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପ୍ରଥମେ ଘଡ଼ଘଡ଼ି ମାରିଥିଲା। ତା’ପରେ ପ୍ରବଳ ବର୍ଷି ଥିଲା। ରାଜଧାନୀର ଅଧିକାଂଶ ସ୍ଥାନରେ ବର୍ଷାର କୋପ ଦେଖିବାକୁ ମିଳିଥିଲା। ପଟିଆ, ଚନ୍ଦ୍ରଶେଖର, କଳାରାହାଙ୍ଗ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ଆଇଆର୍‌ସି ଭିଲେଜ, ବମିଖାଲ୍‌, ଓଲଡ୍‌ ଟାଉନ୍‌ ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୧୦ ମିଲିମିଟର ବର୍ଷା ହୋଇଥିବା ଅନୁମାନ କରାଯାଉଛି।

ବର୍ଷା ଯୋଗୁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ପାଣି ଡ୍ରେନ୍‌ରେ ନିଷ୍କାସିତ ହୋଇପାରୁନଥିବାରୁ ରାସ୍ତାରେ ପ୍ରବାହିତ ହେଉଛି। ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ରାସ୍ତାର ଅବସ୍ଥା ବେହାଲ ହୋଇଛି। ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯାହାଫଳରେ ଯିବାଆସିବା ଠପ୍‌ ହୋଇଯାଇଛି। କାର ଗୁଡ଼ିକ ବୁଡି ଯାଇଛି। ବସ୍‌ ଗୁଡ଼ିକ ମଝି ରାସ୍ତାରେ ଅଟକି ରହିଛି। ଇସ୍କନ ସମ୍ମୁଖ ପରି ରସୁଲଗଡ଼ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ରାସ୍ତାରେ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଛି। ବର୍ଷା ହେଲେ ବାରମ୍ୱାର ଏମିତି ହେଉଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Heavy Rain Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe