Advertisment

ମୁମ୍ବାଇରେ ପ୍ରବଳ ବର୍ଷା; ସ୍କୁଲ୍-କଲେଜ ଛୁଟି, ୨୭ ବିମାନ ଗତିପଥ ବଦଳିଲା

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Waterlogging in different parts of Mumbai

Waterlogging in different parts of Mumbai

ମୁମ୍ବାଇରେ ପ୍ରବଳ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି।

Advertisment

ବର୍ଷା କାରଣରୁ ବାଣିଜ୍ୟ ନଗରରୀରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଗାଡ଼ି ମୋଟର ଅଟକି ରହିବା ସହ ଲୋକମାନେ ଅଣ୍ଟାଏ ପାଣିରେ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି।

ସେପଟେ ପାଣିପାଗକୁ ଦୃଷ୍ଟିରେ ରଖି ୨୭ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବାଇରେ ଅବତରଣ କରିବାକୁ ଥିବା ବିମାନଗୁଡ଼ିକ ଗତିପଥ ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଏକାଧିକ ଟ୍ରେନ୍ ବାତିଲ ହୋଇଯିବା ସହ ସମୟରେ ପରିବର୍ତ୍ତନ କରାଯାଇଛି। 

Advertisment

ଲଗାଣ ବର୍ଷା କାରଣରୁ ସମସ୍ତ ସରକାରୀ, ବେସରକାରୀ ଏବଂ ମ୍ୟୁନିସିପାଲ ସ୍କୁଲ ଏବଂ କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଯଦି ଦୁଇ ଘଣ୍ଟାରୁ ଅଧିକ ବର୍ଷା ବନ୍ଦ ହୋଇଯାଏ, ତେବେ ଜଳସ୍ତର କମିଯିବ ବୋଲି ଅଧିକାରୀମାନେ କହିଛନ୍ତି। କିନ୍ତୁ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ଗତ ୨୪ ଘଣ୍ଟା ମଧ୍ୟରେ ଭିକ୍ରୋଲିର ଭୀର ସାବରକର ମାର୍ଗ ମ୍ୟୁନିସିପାଲ ସ୍କୁଲ ଏବଂ MCMCR ପୋୱାଇ ଅଞ୍ଚଳରେ ସର୍ବାଧିକ ୩୧୫ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭାରତ ପାଣିପାଗ ବିଭାଗ (IMD) ମୁମ୍ବାଇ, ଥାନେ, ପାଲଘର ଏବଂ କୋଙ୍କଣ ବେଲ୍ଟକୁ ଓରେଞ୍ଜ ଆଲର୍ଟ ଜାରି କରିଛି। 

Heavy Rain Weather Mumbai Rain