Advertisment

ଏଥର ବର୍ଷାରେ ଭିଜିବ ଦଶହରା, ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ

ଏଥର ବର୍ଷାରେ ଭିଜିବ ଦଶହରା। କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ।

ଅଦ୍ୟତନ ହୋଇଛି
Low Pressure

Low Pressure

Advertisment

ଏଥର ବର୍ଷାରେ ଭିଜିବ ଦଶହରା। କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି ।

Advertisment

ପରେ ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତର ରୂପ ନେବ ।

ଏହାର ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୨୨ରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ୨୪ ତାରିଖରେ ମଧ୍ୟ ଉପକୂଳ ସମେତ ଅନ୍ୟ ଜିଲ୍ଲାରେ ବି ବର୍ଷା ସମ୍ଭାବନା ରହିଛି।

Advertisment

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବାନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗତକାଲି ଯେଉଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ତାହା ଆଜି ବି ସକ୍ରିୟ ରହିଛି। ଏହା ଆସନ୍ତାକାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ଏହା ଗତିପଥ ପରିବର୍ତ୍ତନ କରି ତ୍ତତ୍ତର ଓ ଉତ୍ତର- ପୂର୍ବ ଦିଗରେ ଗତି କରି ବାଂଲାଦେଶମୁହାଁ ହେବାର ସମ୍ଭାବନା ରହିଛି।

ଏହା ପ୍ରଭାବରେ ୨୩ରୁ ୨୫ ତାରିଖ ଯାଏ ବର୍ଷା ରହିବ । ୨୩ ତାରିଖରେ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାର୍ଶ୍ୱବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଳକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ।

ସେ କହିଛନ୍ତି, ୨୪ରେ ବର୍ଷାର ପରିମାଣ ଓ ବିସ୍ତୃତି ସାମାନ୍ୟ ବଢ଼ିବ । ପୂରା ଉପକୂଳ ଅଞ୍ଚଳର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ । ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହୁଛି।

ଆସନ୍ତାକାଲିଠୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୫ରୁ ୫୫ ଓ ସବର୍ବାଧିକ ୬୫ କିମି ଯାଏ ରହିବ । ତାକ୍ଷ ସହ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ । ୨୩, ୨୪ ବେଳକୁ ପବନର ବେଗ ସର୍ବାଧୀକ ୫୫ରୁ ୬୫ ଏପରିକି ୭୦ କିମି ପର୍ଯ୍ୟନ୍ତ ପବନର ବେଗ ବଢ଼ିପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

Low Pressure Rain Bay Of Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe