Advertisment

ମଙ୍ଗଳବାର ଓ ବୁଧବାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା!

ଜୁନ୍‌ ୧ ତାରିଖରୁ ଅଗଷ୍ଟ ୧୧ ତାରିଖ ଭିତରେ ୬୮୬.୮ ମିଲିମିଟର ବର୍ଷା ହେବା କଥା। କିନ୍ତୁ ହୋଇଛି ୬୩୦.୫ ମିଲିମିର ବର୍ଷା। ଅର୍ଥାତ ବର୍ତ୍ତମାନ ସୁଦ୍ଧା ୫୬.୩ ମିଲିମିଟର ବର୍ଷା କମ୍‌ ହୋଇଛି। ରାଜ୍ୟର ୯ ଜିଲ୍ଲାରେ ସ୍ୱଭାବିକଠାରୁ କମ୍‌ ବର୍ଷା ହୋଇଛି।

author-image
Manoranjan Sial
undefined

Heavy Rain

ଆସନ୍ତାକାଲି ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଡ଼ିଘଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ଅର୍ଥାତ ସୋମବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ବଜ୍ରପାତ ସହ ଘଡିଘଡ଼ି ମାରିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର,ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ମାରିପାରେ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଗୁରୁବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ଜୁନ୍‌ ୧ ତାରିଖରୁ ଅଗଷ୍ଟ ୧୧ ତାରିଖ ଭିତରେ ୬୮୬.୮ ମିଲିମିଟର ବର୍ଷା ହେବା କଥା। କିନ୍ତୁ ହୋଇଛି ୬୩୦.୫ ମିଲିମିର ବର୍ଷା। ଅର୍ଥାତ ବର୍ତ୍ତମାନ ସୁଦ୍ଧା ୫୬.୩ ମିଲିମିଟର ବର୍ଷା କମ୍‌ ହୋଇଛି। ରାଜ୍ୟର ୯ ଜିଲ୍ଲାରେ ସ୍ୱଭାବିକଠାରୁ କମ୍‌ ବର୍ଷା ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡା। ତେବେ ୧୬ ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇଛି। ଜଗତସିଂହପୁର, କଟକ,ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼,ଦେବଗଡ଼, ଅନୁଗୋଳ, ଗଞ୍ଜାମ,ଗଜପତି, କନ୍ଧମାଳ, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୪ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଏହି ୪ ଜିଲ୍ଲା ହେଲା କୋରାପୁଟ, ନୂଆପଡ଼ା, ସୋନପୁର ଓ ବୌଦ୍ଧ। ତେବେ ମାଲକାନଗିରି ଜିଲ୍ଲାରେ ସ୍ୱଭାବିକଠାରୁ ବହୁତ ଅଧିକବର୍ଷା ହୋଇଛି। ଏଠାରେ ୧୨୩୪.୩ ମିଲିମିଟର ବର୍ଷା ହୋଇଛି।

Heavy Rain Rain Alert