Advertisment

ହୀରାକୁଦରେ ବଢ଼ୁଛି, ମୁଣ୍ଡଳିରେ କମୁଛି

ମହାନଦୀରେ ବନ୍ୟା ଆସିବାଯୋଗୁ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Mudali

Mudali

ଗତକାଲି ଛତିଶଗଡ଼ ଉପର ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶର ପରିମାଣ ବଢୁଛି। ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କଟକର ମୁଣ୍ଡଳୀଠାରେ ଜଳସ୍ତର କମୁଥିବା ଜଣାପଡ଼ିଛି। 

Advertisment

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ।ହୀରାକୁଦ ଡ୍ୟାମର ଏବେ ୨ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦ ଜଳ ଭଣ୍ଡାରକୁ  ୪ ଲକ୍ଷ ୭୭ ହଜାର କ୍ୟୁସେକ ପ୍ରବେଶ କରୁଥିବା ବେଳେ ୬୯ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।

ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଯୋଷା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପରିସ୍ଥତି ସୃଷ୍ଟି ହୋଇଛି। କଟକ ମୁଣ୍ଡଳୀଠାରେ ସକାଳ ୬ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୮ ଲକ୍ଷ ୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପଷ୍ଟ୍ରିମରେ ୯୨.୬୦ ଏବଂ ଡାଉନ ଷ୍ଟ୍ରିମରେ ୯୦.୩୦ ଫୁଟ ଜଳସ୍ତର ରହିଛି। ଗତକାଲି ରାତି ୧୧ପରଠୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ମୁଣ୍ଡଳୀରେ ସର୍ବାଧିକ ଜଳପ୍ରବାହ ହେଉଥିଲା। ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ପିକ୍‌ ଫ୍ଲୋରେ ମୁଣ୍ଡଳିରେ ଜଳସ୍ତର ଥିବା ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ମହାନଦୀରେ ବନ୍ୟା ଆସିବାଯୋଗୁ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଅନେକ ଗାଁରେ ବନ୍ୟା ପାଣି ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ରାସ୍ତାଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛନ୍ନ ହୋଯାଇଛି । ଫଳରେ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Hirakud Dam Weather Mahanadi Flood