Advertisment

ଧାମନଗର ବ୍ଲକରେ ଆଜି ସବୁ ସ୍କୁଲ ଛୁଟି

ବନ୍ୟାରେ ଭଦ୍ରକ ଜିଲ୍ଲାର ୪ଗୋଟି ବ୍ଲକର ୬୧ ଗୋଟି ପଞ୍ଚାୟତର ୩୨୬ ଗାଁର ୧ଲକ୍ଷ ୮୧ ହଜାର ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
School

School

Advertisment

ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ପାଣି କମିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେ ବି ଅନେକ ଗାଁ ପାଣି ଘେରରେ ରହିଛି। ସ୍ଥିତିର ସୁଧାର ଆସିନଥିବାରୁ ଆଜି ଧାମନଗର ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଧାମନଗର ବ୍ଲକରେ ଅନେକ ସ୍ଥାନରେ ପାଣି ଜମିଛି, ଯାତାୟତ କରିବାରେ ଅସୁବିଧା ହେଉଛି, ଏଥିପାଇଁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

ଅନ୍ୟପକ୍ଷରେ ବୈତରଣୀ ନଦୀର ଜଳସ୍ତର କମିଛି। ଏବେ ବୈତରଣୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏହି ବନ୍ୟାରେ ଭଦ୍ରକ ଜିଲ୍ଲାର ୪ଗୋଟି ବ୍ଲକର ୬୧ ଗୋଟି ପଞ୍ଚାୟତର ୩୨୬ ଗାଁର ୧ଲକ୍ଷ ୮୧ ହଜାର ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୩୨ଶହ ହେକ୍ଟର ଚାଷ ଜମି ଓ ୬ ହଜାର ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ଏବେବି ଅନେକ ଲୋକଙ୍କ ଘରେ ପାଣି ରହିଛି। ବହୁ ଚାଷ ଜମି ପାଣିରେ ବୁଡି ରହିଛି। ଅନେକ ରସ୍ତା ଉପରେ ଏବେବି ପାଣି ଚାଲୁଛି।

ଚଳିତ ପ୍ରଥମ ବନ୍ୟାରେ ୩ଜଣଙ୍କ ଜୀବନ ଯିବା ସହ ଅନେକ ଘର ମଧ୍ୟ ଭାଙ୍ଗିଛି। ପାଣି ଛାଡିବା ପରେ ସମସ୍ତ ଆକଳନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

Advertisment
Rain Bhadrak School-closed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe