/odisha-reporter/media/post_attachments/uploadimage/library/16_9/16_9_0/School_1691117629.jpg)
School
ବନ୍ୟା ସ୍ଥିତି ପାଇଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ଥିବା ସବୁ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁ ଜଳବନ୍ଦୀ ଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି।
ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏନଡିଆରଏଫ୍ ଟିମ୍ ଧାମନଗର ଫଳପୁରରୁ ୮ଜଣଙ୍କୁ ଉଦ୍ଧାର କରିଛନ୍ତି। ସାଳନ୍ଦୀରେ ପାଣି ଆସିବା ଯୋଗୁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ।
ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି। ଭଦ୍ରକ ଆରଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧୁଷୁରୀ , ଅସୁରାଳି, କଶିମପୁର , ହାସନାବାଦ, ପଙ୍ଗଟା ଓ ଫଳପୁର ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି। ଅସୁରାଳ ବଜାର ଉପରେ ୩ ଫୁଟ୍ର ବନ୍ୟା ଜଳ ପ୍ରଭାବିତ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
