Advertisment

ତାତିରୁ ନିସ୍ତାର ନାହିଁ, ଆହୁରି କଲବଲ ହେବ ଓଡ଼ିଶା!

ଦୁଇ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

undefined

Heat Wave

Advertisment

ସାରା ରାଜ୍ୟରେ ଅସମ୍ଭାଳ ତାତି ପରିଲକ୍ଷିତ ହୋଇଛି। ରାତିରେ ଗୁଳୁଗୁଳି ମଧ୍ୟ ହେଉଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେବେ ଦୁଇ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ମାଲକାନଗିରି, ନୟାଗଡ଼, କେନ୍ଦୁଝର ଜିଲ୍ଲାରେ ହିଟ୍‌ୱେଭ୍‌(ଗ୍ରଷ୍ମ ପ୍ରବାହ) ଜାରି ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ରାତି ପ୍ରବଳ ଗୁଳୁଗୁଳି ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର କେନ୍ଦୁଝର, ଅନୁଗୋଳ, ନୟାଗଡ଼, ବୌଦ୍ଧ, ବଲାଙ୍ଗିର ଓ ମାଲକାନଗିରି ଜିଲ୍ଲାରେ ଗ୍ରଷ୍ମ ପ୍ରବାହ ଜାରି ହେବ। ସେହିପରି ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଭଦ୍ରକ ଜିଲ୍ଲାରେ ରାତିରେ ପ୍ରବଳ ଗୁଳୁଗୁଳି ହେବା ସମ୍ଭାବନା ରହିଛି। ଏହାଛଡ଼ା ବରଗଡ଼, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼,ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ଘଡଘଡ଼ି ହେବାର ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ରବିବାର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବୋହିପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବର୍ଷା ଯୋଗୁ ତାତିରୁ ତାତିରୁ ଆଶ୍ୱସ୍ତି ମିଳିବ। ଦିନରେ ତାତି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ରହିଛି। ସେହିପରି ରାତିରେ ତାପମାତ୍ର ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe