Advertisment

୪୦ ଡିଗ୍ରୀ ଛୁଇଁଲା ରାଜ୍ୟର ୫ ଜିଲ୍ଲାର ତାତି

ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଏହି ପ୍ରକାର ତାପମାତ୍ରା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। 

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୫.୦ ଡିଗ୍ରୀ, ଚାନ୍ଦବାଲିରେ ୩୮.୬ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, ପାରାଦୀପରେ ୩୨.୩ ଡିଗ୍ରୀ, ଭୁବନେଶ୍ୱରରେ ୩୭.୪ ଡିଗ୍ରୀ, ଗୋପାଳପୁରରେ ୩୧.୨ ଡିଗ୍ରୀ, ପୁରୀରେ ୩୩.୦ ଡିଗ୍ରୀ, ଅନୁଗୋଳରେ ୩୯.୧ ଡିଗ୍ରୀ, ବାରିପଦାରେ ୩୭.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୧ ଡିଗ୍ରୀ, ସମ୍ୱଲପୁରରେ ୩୭.୭ ଡିଗ୍ରୀ, ସୁନ୍ଦରଗଡ଼ର ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ହୀରାକୁଦରେ ୩୭.୫ ଡିଗ୍ରୀ, ତାଳଚେରରେ ୩୯.୮ ଡିଗ୍ରୀ, ଭବାନୀପାଟଣାରେ ୪୦.୦ ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୦ ଡିଗ୍ରୀ, ମାଲକାନଗିରିରେ ୩୭.୮ ଡିଗ୍ରୀ, ସୋନପୁରରେ ୩୮.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୫ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୩୬.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୮ ଡିଗ୍ରୀ ଓ ରାୟଗଡ଼ାର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେପଟେ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ିର ମାତ୍ର ଅଧିକ ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heat Wave Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe