Advertisment

ବଜ୍ରପାତ ନେଇ କେମିତି ଜାଣିବେ? କେଉଁ ଜିଲ୍ଲାରେ ଅଧିକ ବିଜୁଳି ହୋଇଥାଏ?

ପାଣିପାଗ ବିଜ୍ଞାନୀଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ବଜ୍ରପାତ ବୃଦ୍ଧିର ଏକ ବଡ଼ କାରଣ। ଏହାଯୋଗୁ ଆଗାମୀ ବର୍ଷଗୁଡ଼ିକରେ ବଜ୍ରପାତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

lightning

lightning

Advertisment

କେମିତି ଜାଣିବେ ଆଗକୁ ବଜ୍ରପାତର ଆଶଙ୍କା ରହିଛି? ବଜ୍ରପାତରୁ ରକ୍ଷା ପାଇବା ଲାଗି କ’ଣ କରିବେ? ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆମ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲା ସର୍ବାଧିକ ବଜ୍ରପାତ ହୋଇଥାଏ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଅଧିକ ବଜ୍ରପାତ ହୋଇଥାଏ। ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେଲେ ବା ଆକାଶ ଆଂଶିକ ମେଘୁଆ ଓ ଶୁଖିଲା ଦେଖାଗଲେ, ଏହା ବଜ୍ରପାତର ସଙ୍କେତ। ଯଦି ୩୦ ସେକେଣ୍ଡ ବ୍ୟବଧାନରେ ଦୁଇଥର ଘଡ଼ଘଡ଼ି ଶୁଣାଯାଏ, ଭୟଙ୍କର ବଜ୍ରପାତର ସଙ୍କେତ। ଏଭଳି ସମୟରେ ଖୋଲା ସ୍ଥାନରେ, ଗଛ ତଳେ କିମ୍ବା ଜଳାଶୟ ମଧ୍ୟରେ ରହିବା ଅନୁଚିତ। ତୁରନ୍ତ ନିକଟସ୍ଥ ବାସଗୃହ ଭିତରକୁ ଚାଲିଯିବା ଉଚିତ। ବିଲ ଭିତରେ ଥିଲେ ମୁଣ୍ଡକୁ ନୁଆଁଇ ରଖି ଗୋଡ଼କୁ ମାଟିରୁ ସର୍ବନିମ୍ନ ସ୍ପର୍ଶରେ ରୁହନ୍ତୁ ବୋଲି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ କହିଛନ୍ତି।

Advertisment

ସେପଟେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କେବଳ ଶନିବାର ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୨ ହଜାର ୩୫୦ ଥର ବିଜୁଳି ମାରିଛି। ସେଥିମଧ୍ୟରୁ ୨୫ ହଜାର ୭୫୩ଟି ବିଜୁଳି ଭୂପୃଷ୍ଠ ଛୁଇଁଛି। ଘନଘନ ବିଜୁଳି ଓ ଘଡ଼ଘଡ଼ିରେ ଚାଲିଯାଇଛି ୧୨ ଅମୂଲ୍ୟ ଜୀବନ। ଆହତ ହୋଇଛନ୍ତି ୧୪ ଜଣ। ୮ ଗାଈଗୋରୁଙ୍କ ଜୀବନ ମଧ୍ୟ ବଜ୍ରାପାତରେ ଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ତଥ୍ୟ କହୁଛି, ଗତ ୫ ବର୍ଷରେ ବଜ୍ରପାତ ଯୋଗୁ ରାଜ୍ୟରେ ୧ ହଜାର ୭୨୭ ଜଣଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ମତ, ଏବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳ ଉପରି ଭାଗରେ ଉତ୍ତପ୍ତ ଶୁଷ୍କ ବାୟୁ ରହିଛି। ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ର ଭିତରୁ ଜଳୀୟ ବାଷ୍ପପୂର୍ଣ୍ଣ ଆଦ୍ର ବାୟୁ ଭୂମଣ୍ଡଳ ଆଡ଼କୁ ଆସୁଛି। ବିଜୁଳିର ବାରମ୍ବାରତା ଓ ତୀବ୍ରତା ବଢ଼ୁଛି। ତେବେ ବଜ୍ରପାତ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ୩ ଘଣ୍ଟା ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ପର୍କିତ ସୂଚନା ଦିଆଯାଉଛି। ଲୋକେ ସଚେତନ ହେଲେ, ନିଶ୍ଚିତ ଭାବେ ବଜ୍ରପାତଜନିତ ମୃତ୍ୟୁ ରୋକାଯାଇପାରିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

Advertisment

ପାଣିପାଗ ବିଜ୍ଞାନୀଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ବଜ୍ରପାତ ବୃଦ୍ଧିର ଏକ ବଡ଼ କାରଣ। ଏହାଯୋଗୁ ଆଗାମୀ ବର୍ଷଗୁଡ଼ିକରେ ବଜ୍ରପାତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଯେହେତୁ ବଜ୍ରପାତକୁ ରୋକିବା ସମ୍ଭବ ନୁହେଁ, ଏହା ପ୍ରଭାବରୁ ରକ୍ଷା ପାଇବା ଲାଗି ସଚେତନତା ହିଁ ଏକମାତ୍ର ବିକଳ୍ପ।

Weather Report Lightening Death Odisha Lightening
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe