/odisha-reporter/media/post_attachments/uploadimage/library/16_9/16_9_0/IMAGE_1728472259.jpg)
Hurricane Milton
ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ୍ । ଏହି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ କ୍ୟାଟାଗୋରି-ଫାଇଭ୍ ଅର୍ଥାତ୍ ଅତି ଭୀଷଣ ରୂପ ନେଇ ଆଟଲାଣ୍ଟିକ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି । ଏବେ ଏହା ଟାମ୍ପା ଫ୍ଲୋରିଡ଼ା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୪୮୫ କିଲୋମିଟର ଦୂରରେ ରହିଛି । ଏହା ଆସନ୍ତାକାଲି ଫ୍ଲୋରିଡ଼ା ସମୟ ଭୋର୍ ୨ଟାରୁ ସକାଳ ୬ଟା ମଧ୍ୟରେ ସେଣ୍ଟ୍ରାଲ୍ ଗଲ୍ଫ କୋଷ୍ଟରେ ଲ୍ୟାଣ୍ଡଫଲ୍ କରିପାରେ ।
ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅସ୍ବାଭାବିକ ଭାବେ ପଶ୍ଚିମରୁ ପୂର୍ବକୁ ମୁହାଁଇଛି ଏବଂ ଲ୍ୟାଣ୍ଡଫଲ ପୂର୍ବରୁ ଏହାର ତୀବ୍ରତା ସାମାନ୍ୟ ହ୍ରାସ ଘଟିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ୧୦ ଫୁଟ୍ ଉଚ୍ଚ ସମୁଦ୍ର ଜୁଆର ଆସିପାରେ । ଫ୍ଲୋରିଡ଼ାର ଜନସାଧାରଣଙ୍କୁ ତୁରନ୍ତ ସହର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତଟବର୍ତ୍ତୀ ଅଞ୍ଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିପାଇଁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ପ୍ରାୟ ୩୦ ଲକ୍ଷ ଲୋକ ରହୁଥିବା ଟାମ୍ପା ବେଅଞ୍ଚଳ ପ୍ରତି ସବୁଠୁ ଅଧିକ ବିପଦ ରହିଛି । ଫ୍ଲୋରିଡ଼ାର ୧୧ଟି କାଉଣ୍ଟିରେ ଏହାର ପ୍ରଭାବପଡ଼ିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ୨ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
