Advertisment

ସ୍ପଷ୍ଟ କଲେ IMD ଡିଜି: କହିଲେ- ବାତ୍ୟା ନେଇ କିଛି ଆକଳନ କରାଯାଇନି

ବାତ୍ୟାପ୍ରବଣ ଓଡ଼ିଶାର ଇତିହାସ ଦେଖିଲେ, ରାଜ୍ୟରେ ଅକ୍ଟୋବର ମାସରେ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକ୍ଟୋବର ୨୯ ତାରିଖରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା।

author-image
Manoranjan Sial
undefined

Cyclone

ବାତ୍ୟା ପ୍ରବଣ ମାସ ହେଉଛି ଅକ୍ଟୋବର। ପ୍ରାୟତଃ ପ୍ରତିବର୍ଷ ଏହି ମାସରେ ଓଡ଼ିଶାକୁ ବାତ୍ୟା ଆସିଥାଏ। ତେଣୁ ଏବେ ବାତ୍ୟା ଆସିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ଭାରତୀୟ ପାଣିପାଗ(IMD) ଖଣ୍ଡନ କରିନଥିଲେ ମଧ୍ୟ କହିଛନ୍ତି, ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି। ତେବେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ବୋଲି IMD ଡିଜି କହିଛନ୍ତି।

Advertisment

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅଧିକ ବର୍ଷା ହୋଇପାରେ। ତଥାପି ନିୟମିତ ମନିଟର କରାଯାଉଛି। ପରବର୍ତ୍ତୀ ସମୟରେ ଅପ୍‌ଡେଟ୍‌ ଦେବୁ। ବାତ୍ୟା ନେଇ କିଛି ଆକଳନ କରାଯାଇନି। ଅବପାତ ନେଇ ପୂର୍ବାନୁମାନ କରିଛୁ ବୋଲି IMD ଡିଜି କହିଛନ୍ତି।

ବାତ୍ୟାପ୍ରବଣ ଓଡ଼ିଶାର ଇତିହାସ ଦେଖିଲେ, ରାଜ୍ୟରେ ଅକ୍ଟୋବର ମାସରେ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକ୍ଟୋବର ୨୯ ତାରିଖରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା। ପରେ ପୁଣି ୨୦୧୩ ଅକ୍ଟୋବରରେ ଆସିଥିଲା ଅତିଭୀଷଣ ସାମୁଦ୍ରିକ ଝଡ଼ ଫାଇଲିନ। ସେହିଭଳି ୨୦୧୪ ଅକ୍ଟୋବରରେ ହୁଡହୁଡ୍‌ ଓ ୨୦୧୮ ଅକ୍ଟୋବରରେ ତିତଲିର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ।

Advertisment

ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ମତରେ ଏବେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଛି। ବାତ୍ୟା ସାଧାରଣତଃ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ସମୟରେ ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ସମୟ। ସେହିଭଳି ସମୁଦ୍ର ପତ୍ତନର ତାପମାତ୍ର ମଧ୍ୟ ବାତ୍ୟା ଅନୁକୂଳ ରହିଛି। ଅନୂକୂଳ ପରିବେଶ ଓ ପରିସ୍ଥିତି ସାଙ୍ଗକୁ ଅଧିକାଂଶ ମେଡେଲର ଇଣ୍ଡିକେସନ ବାତ୍ୟା ଆଡ଼କୁ ଯାଉଥିଲେ ମଧ୍ୟ ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।

Weather Report Cyclone Update