Advertisment

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆଗାମୀ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ବର୍ଷା ଯୋଗୁ ବନ୍ୟା ହେବାର ସମ୍ଭାବନା ଅଛି କି ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଛନ୍ତି, ବନ୍ୟା ବହୁ ଗୋଡ଼ିଏ ଫ୍ୟାକ୍ଟର ଉପରେ ନିର୍ଭର କରିଥାଏ। ଏହା କେବଳ ବର୍ଷା ଯୋଗୁ ହୋଇଥାଏ, ତାହା ଠିକ୍‌ ନୁହେଁ। ହଁ, ଏଇଟା ସତ ଯେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
undefined

Rain

Advertisment

ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାରେ ବର୍ଷା ହେବ। ଆଉ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅର୍ଥାତ ଆସନ୍ତା ୨ ଓ ୩ ତାରିଖରେ ବର୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

ବର୍ଷା ଯୋଗୁ ବନ୍ୟା ହେବାର ସମ୍ଭାବନା ଅଛି କି ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଛନ୍ତି, ବନ୍ୟା ବହୁ ଫ୍ୟାକ୍ଟର ଉପରେ ନିର୍ଭର କରିଥାଏ। ଏହା କେବଳ ବର୍ଷା ଯୋଗୁ ହୋଇଥାଏ, ତାହା ଠିକ୍‌ ନୁହେଁ। ହଁ, ଏଇଟା ସତ ଯେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଦେଖିବାକୁ ଉତ୍ତର ଓଡ଼ିଶାରେ ବେଶୀ ବର୍ଷା ହୋଇନାହିଁ। ସେଠାରେ ବେଶୀ ବର୍ଷା ହେଲେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା କମ୍‌ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନିଭୂତ ହୋଇ ଧୀରେ ଧୀରେ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ। ସେହି ସମୟରେ ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment
Heavy Rain Rain Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe