Advertisment

ଆଉ ଏକ ବାତ୍ୟା ଭୟ, ଆସୁଛି 'ଫେଙ୍ଗଲ'

ନଭେମ୍ବର ୨୯ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା।

Cyclone

Cyclone

Advertisment

ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟାର ନାଁ ରଖାଯାଇଛି 'ଫେଙ୍ଗଲ'। ଏହି ସପ୍ତାହ ଶେଷ ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତ ପାଣିପାଗ ବିଭାଗ (IMD)।

Advertisment

IMD ସୂଚନା ଅନୁସାରେ, ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା। ବର୍ତ୍ତମାନ ବାତ୍ୟା ଫେଙ୍ଗଲ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇ ଉତ୍ତର ଉତ୍ତରପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି।

ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ, ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ଫେଙ୍ଗଲ। ବର୍ତ୍ତମାନ ଉତ୍ତର ଉତ୍ତରପଶ୍ଚିମ ଆଡ଼େ ଗତି କରୁଛି। ନଭେମ୍ବର ୨୭ ସୁଦ୍ଧା ବାତ୍ୟାର ରୂପ ନେଇପାରେ।

Advertisment

ପରବର୍ତ୍ତୀ ଦୁଇ ଦିନରେ ଅର୍ଥାତ୍ ନଭେମ୍ବର ୨୯ ତାରିଖ ମଧ୍ୟରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି IMD। 

ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 

Bay Of Bengal Cyclone IMD Fengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe