Advertisment

୬ ରାଜ୍ୟକୁ ହିଟୱେଭ, ୩ ରାଜ୍ୟକୁ ପ୍ରବଳ ବର୍ଷା ନେଇ ସତର୍କ କଲା ଆଇଏମଡି

ଏହି ସବୁ ଭିତରେ ଆଜି ଭାରତୀୟ ପାଣିପାଗ ବିଭାଗ ଦେଶର ୬ ରାଜ୍ୟକୁ ପ୍ରବଳ ଖରା ପାଇଁ ହିଟୱେଭ୍‌ ସତର୍କ ସୂଚନା ଜାରି କରିଛି। ସେହିପରି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଥିବା ବିଭାଗ କହିଛି।

author-image
Hemant Lenka
Heat wave

Heat wave

ପାଣିପାଗରେ ଏବେ ଅଜବ ଲକ୍ଷଣ ଦେଖାଯାଇଛି। କିଛି ରାଜ୍ୟପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଆଉ କିଛି ରାଜ୍ୟରେ ମୁଣ୍ଡ ଫଟା ଖରା ହେଉଛି। ପାଣିପାଗର ଏପରି ବିଲକ୍ଷଣ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ମଧ୍ୟ ହେଉଛନ୍ତି।

Advertisment

ଏହି ସବୁ ଭିତରେ ଆଜି ଭାରତୀୟ ପାଣିପାଗ ବିଭାଗ ଦେଶର ୬ ରାଜ୍ୟକୁ ପ୍ରବଳ ଖରା ପାଇଁ ହିଟୱେଭ୍‌ ସତର୍କ ସୂଚନା ଜାରି କରିଛି। ସେହିପରି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଥିବା ବିଭାଗ କହିଛି।

ବିଭାଗ ପକ୍ଷରୁ ରାଜସ୍ଥାନ, ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରକୁ ଆସନ୍ତା ୪ ଦିନ ପାଇଁ ହିଟୱେଭ ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ତାମିଲନାଡୁ, କେରଳ ଓ ଦକ୍ଷିଣପୂର୍ବ କର୍ଣ୍ଣାଟକାରେ ପ୍ରବଳରରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ମେ’ ମାସରେ ତାତି ରେକର୍ଡ କରିଛି। ଦେଶର ଅଧିକାଂଶ ପ୍ରାନ୍ତରେ ପାରଦ ୪୫ କିମ୍ବା ତା’ ଠାରୁ ଉପରେ ରେକର୍ଡ କରାଯାଇଥିବା ବିଭାଗ କହିଛି।

Advertisment

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ. ନରେଶ କୁମାର କହିଛନ୍ତି, “ଏପ୍ରିଲ ଠାରୁ ବିଗତ କିଛି ଦିନ ହେବ ଉତ୍ତରପଶ୍ଚିମ ଭାରତକୁ ପଶ୍ଚିମା ଝଡ଼ ପ୍ରଭାବିତ କରିବାରେ ଲାଗିଛି। ଏଥିପାଇଁ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ବିକ୍ଷିପ୍ତ ଅଞ୍ଚଳରେ ବର୍ଷା ହୋଇଛି। ତାପମାତ୍ରା ସେତେ ଉପରକୁ ଉଠିନାହିଁ।

ମେ’ ମାସରେ ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା। ଆଜି ମଧ୍ୟ ରାଜସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁ ସାରିଲାଣି। ପଞ୍ଜାବ ଓ ହରିୟାଣର ତାପମାତ୍ରା ମଧ୍ୟ ୪୪ ଡିଗ୍ରୀ ପାଖରେ ପହଞ୍ଚିଛି। ଉତ୍ତର ପ୍ରଦେଶରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିଛି।

ଆସନ୍ତା ୫ ଦିନ ପାଇଁ ରାଜସ୍ଥାନ, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ହିଟୱେଭ ସ୍ଥିତି ଲାଗି ରହିବ। ମଧ୍ୟପ୍ରଦେଶ ଓ ବିବାହାରରେ ୪ ଦିନ ପାଇଁ ଏପରି ସ୍ଥିତି ଅନୁଭୂତ ହେବ। ଏହାପରେ ଛୋଟ ଧରଣର କାଳବୈଶାଖୀ ଆସିବ। ଏଥିଯୋଗୁ ତାପମାତ୍ରା ହ୍ରାସ ପାଇବ।” 

ଅନ୍ୟପକ୍ଷରେ କୁମାର ଦକ୍ଷିଣ ରାଜ୍ୟଗୁଡ଼ିକର ପାଣିପାଗ ସ୍ଥିତିକୁ ଆକଳନ କରିଛନ୍ତି। ତାଙ୍କ କହିବା କଥା, ତାମିଲନାଡୁ, କେରଳ ଓ ଦକ୍ଷିଣ କର୍ଣ୍ଣାଟକାରେ ଆସନ୍ତା ୫ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Heavy Rain Heat Wave IMD